Latest Odisha News

BREAKING NEWS

ଟୁଲକିଟ୍‌ ମାମଲା: ଦିଶା ରବିଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଟୁଲକିଟ୍‌ ମାମଲାରେ ଦିଶା ରବିଙ୍କୁ ମିଳିଲା ଜାମିନ । ଚାଷୀ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍‌ ମାମଲାରେ ଗିରଫ ୨୨ ବର୍ଷୀୟ ଜଳବାୟୁ କର୍ମକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଅତିରିକ୍ତ ଦୁଇଟି ସ୍ୟୁରିଟିଜ୍‌ ବଦଳରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି ।

ତେବେ ବେଲ ବଣ୍ଡ ପାଇଁ ଦିଶା ରବିଙ୍କ ପରିବାର ଏକ ଲକ୍ଷ ଟଙ୍କା ଦେବାକୁ ଅକ୍ଷମ ଓ ସେମାନେ ବହୁତ ଗରିବ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ । ଆଜି କୋର୍ଟରେ ଦିଶାଙ୍କୁ ହାଜର କରିବା ବେଳେ ସେ ନିଜ ପରିବାର ଲୋକଙ୍କୁ କୁଣ୍ଢେଇ ଧରି କାନ୍ଦିବା ଆରମ୍ଭ କରିଥିଲେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.