Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥରଙ୍ଗା

କଲମ୍ବୋ: ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୧୯ ପରଠାରୁ ସେ ଆଉ ଜାତୀୟ ଦଳର ନିୟମିତ ସଦସ୍ୟ ହୋଇପାରୁ ନ ଥିଲେ । କ୍ରିକେଟକୁ ଅଲବିଦା କହିବା ମୋ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ ଥିଲା ବୋଲି ସେ ଏହି ଅବସରରେ କହିଛନ୍ତି ।

ପରିବାର, ପ୍ରଶଂସକ ଓ ଶ୍ରୀଲଙ୍କା କ୍ରିକେଟକୁ ତାଙ୍କ ସଫଳ କ୍ୟାରିୟର ନେଇ ସେ ଧନ୍ୟବାଦ ଦେଇଛନ୍ତି । ଦିନିକିଆ କ୍ରିକେଟରେ ୭୦୦୦ ଓ ଓଭରାଲ ଆନ୍ତର୍ଜାତୀୟ କ୍ୟାରିୟରରେ ୯୦୦୦ ରନ କରିଛନ୍ତି । ୨୦୦୫ରେ ସେ ପଦାର୍ପଣ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ଖେଳିଥିଲେ ।

Leave A Reply

Your email address will not be published.