Latest Odisha News

BREAKING NEWS

ପୁଞ୍ଜି ବି-ନିବେଶ ସଚିବ ତୁହିନ କାନ୍ତ ପାଣ୍ଡେ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ପୁଞ୍ଜି ବି-ନିବେଶ ସଚିବ ତଥା ଓଡ଼ିଶା କ୍ୟାଡେର ଆଇଏଏସ୍ ତୁହିନ କାନ୍ତ ପାଣ୍ଡେ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ ଏବେ ହୋମ୍ କ୍ୱାରେଂଟିନ୍‌ରେ ଅଛନ୍ତି ।

ମିିଳିଥିବା ସୂଚନା ମୁତାବକ, ସାମାନ୍ୟ କରୋନା ଲକ୍ଷଣ ତଥା ତାଙ୍କୁ ଜ୍ୱର ହେବାରୁ ସେ ନିଜର କୋଭିଡ ପରୀକ୍ଷା କରାଇଥିଲେ । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏହାପରେ ଡିପାର୍ଟେମେଂଟ ଅଫ୍ ଇନ୍‌ଭେଷ୍ଟମେଂଟ ଆଣ୍ଡ ପବ୍ଲିକ ଆସେଟ୍ ମ୍ୟନେଜମେଂଟର ଅନ୍ୟ ସଚିବଙ୍କୁ ହୋମ୍ କ୍ୱାରେଂଟିନ୍‌ରେ ରହିବାକୁ କୁହାଯାଇଛି ।

ସେପଟେ ପୁରା ଡିପାର୍ଟମେଂଟ ଏବଂ ସିଜିଓ କମ୍ଲେକ୍ସକୁ ସିଲ୍ କରାଯାଇ ସାନିଟାଇଜ କରାଯାଇଥିବା ଜଣାପଡିଛି । ଯେଉଁମାନେ ତୁହିନ କାନ୍ତ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Leave A Reply

Your email address will not be published.