ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ରେଡ୍ ବେଳେ ସାମନାକୁ ଆସିଛି କୋଟିପତି କନଷ୍ଟେବଳଙ୍କ ସମ୍ପତ୍ତିର ଲମ୍ବା ତାଲିକା । ପ୍ରସନ୍ନ ବେହେରାଙ୍କର ଭୁବନେଶ୍ୱର ଖଣ୍ଡଗିରି ଅନ୍ତର୍ଗତ ଡୁମଡୁମାରେ ବିରାଟ ଫର୍ଣ୍ଣିଚର ସୋରୁମ୍ ଅଛି । ଏହି ସୋରୁମ୍ ୦.୨୫୦ ଏକର ଜମିରେ ଠିଆ ହୋଇଛି । ଯାହାର ମୂଲ୍ୟ ୨ କୋଟି ଟଙ୍କା ହେବ ।
୨୦୧୯ ମସିହାରେ ପଞ୍ଜିକୃତ ହୋଇଥିଲା । ୧୮ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ଫର୍ଣ୍ଣିଚର ସୋରୁମ୍ ରହିଛି । ବିରାଟକାୟ ସୋରୁମ୍ କରିଥିଲେ ପ୍ରସନ୍ନ ବେହେରା । ଭିଜିଲାନ୍ସ ଟେକ୍ନିକାଲ୍ ଓ୍ୱିଙ୍ଗ ବର୍ତ୍ତମାନ ବିଲଡିଂର ମୂଲ୍ୟ କେତେ ହେବ ଆକଳନ କରୁଛନ୍ତି । ସେହିପରି ଭିଜିଲାନ୍ସର ଫିନାନ୍ସ ଓ ଫରେଷ୍ଟ ଓ୍ୱିଙ୍ଗ ସୋରୁମରେ ଥିବା ଜିନିଷର ଆକଳନ କରୁଛନ୍ତି ।
ମହଙ୍ଗା ଫର୍ଣ୍ଣିଚର ସବୁ ମହଜୁଦ ରହିଛି । ପ୍ରସନ୍ନ ଏତେବଡ଼ ପ୍ଲଟ କେଉଁଠି ଓ କେଉଁ ସୂତ୍ରରେ କିଣିଥିଲେ ? କିଭଳି ଏତେ ବଡ଼ ସୋରୁମ୍ ନିର୍ମାଣ କଲେ ? ମୂଲ୍ୟବାନ ଫର୍ଣ୍ଣିଚର ରଖିବାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଭିଜିଲାନ୍ସ । ଆଜି ଏକକାଳୀନ ପ୍ରସନ୍ନ ବେହେରାଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ଜାରି ରହିଛି ।
BREAKING NEWS
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
Comments are closed.