Latest Odisha News

BREAKING NEWS

ଭଦ୍ରକରେ ପରିବା ଦର ଆକାଶ ଛୁଆଁ ,ଚିନ୍ତାରେ ଖାଉଟି

ଭଦ୍ରକ : ହୁ ହୁ ହୋଇ ବଢ଼ୁଛି ପରିବା ଦର । ଭଦ୍ରକରେ ପରିବା ଦର ଆକାଶ ଛୁଆଁ । କାର୍ତ୍ତିକ ମାସ ଆରମ୍ଭରୁ ଭଦ୍ରକରେ ପନିପରିବା ଦର ଆକାଶ ଛୁଆଁ ହେଲାଣି ଯାହାକୁ ନେଇ ଚିନ୍ତାରେ ଖାଉଟି। ଅଧିକାଂଶ ପରିବା କିଲୋ ପ୍ରତି ୮୦ ଟଙ୍କା ଉପରେ ବିକ୍ରି ହେଉଛି । ଯାହାକି ମଧ୍ୟବିତ ଶ୍ରେଣୀର ଖାଉଟି ମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି।୫୦୦ ଶହ ଟଙ୍କା ନେଇ ହାଟକୁ ଗଲେ ଟଙ୍କା ସରିଯାଉଛି ସତ।ହେଲେ ବ୍ୟାଗ ଭର୍ତି ପରିବା ପାଇ ପାରୁନାହାନ୍ତି ଗ୍ରାହକ ମାନେ।

ଅନ୍ୟପଟେ ଭଦ୍ରକ ବଜାରରେ ସବୁ ପରିବା ଏବେ ଚଢା ଦର ରହିଛି । ଭଦ୍ରକ ସହରରେ ସଜନା ଛୁଇଁ କିଲୋ ୧୦୦ ଟଙ୍କା ରହିଥିଲା ବେଳେ କଲରା ,ବିନ୍ ,ଛୁଡୁଙ୍ଗ, କିଲୋପ୍ରତି ୮୦ ଟଙ୍କା ରହିଛି । ସେହିପରି ଗାଜର କିଲୋ ୭୦ ଟଙ୍କା, ବାଇଗଣ କିଲୋ ୫୦ ଟଙ୍କା , କାକୁଡି କିଲୋ ୫୦ ଟଙ୍କା, କାଙ୍କଡ଼ ୭୦ ଟଙ୍କା, ପୋଟଳ ୭୦, କ୍ୟପିଶିଗମ୍ ୮୦, ମୂଳା ୪୦ ଟଙ୍କା ରହିଛି। ଖୁସୁଳା ଶାଗ ୮୦ ଟଙ୍କା , କଳମ ଶାଗ ବିଡା ୧୫ ଟଙ୍କା, ଭେଣ୍ଡି କିଲୋ ୮୦, ବୋଇତାଲୁ ୩୦ , ଅମୃତ ଭଣ୍ଡା ୨୫, ଲାଉ ୪୦ ଟଙ୍କା ରହିଛି।

ଫୁଲକୋବି ୮୦, ବନ୍ଧା କୋବି ୪୦ , ଧନିଆ ପତ୍ର କିଲୋ ୩୦୦ ଟଙ୍କା ରହିଛି। କଞ୍ଚା ଲଙ୍କା କିଲୋ ୧୦୦ ଟଙ୍କା ରହିଛି। ଟମାଟୋ କିଲୋ ୫୦ ଟଙ୍କା ରହିଛି। କୁନ୍ଦୁରୀ କିଲୋ ୫୦ ଟଙ୍କା , ଛତୁ କିଲୋ ୨୦୦ ଟଙ୍କା ରହିଛି।ଏଭଳି ଦରବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଖାଉଟି । କିଲେ ପରିବା ନେବା ଜାଗାରେ ଅଢେଇଶହ ଗ୍ରାମ ନେଇ ଘରକୁ ଯାଉଛନ୍ତି ଗ୍ରାହକ ମାନେ।

Leave A Reply

Your email address will not be published.