Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିର ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ, ବିଳମ୍ବ ହେଲା ମହାପ୍ରଭୁଙ୍କ ଦୈନିକ ନୀତି

ଭୁବନେଶ୍ୱର: ରାଜଧାନୀସ୍ଥିତ ପ୍ରସିଦ୍ଧ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ସଂଘର୍ଷ ହେବାଯୋଗୁଁ ମଙ୍ଗଳବାର ଦିନ ଠାକୁରଙ୍କ ନୀତି ବିଳମ୍ବ ଘଟିଛି ।

ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ମୌଜା ଗଙ୍ଗୁଆ ନଦୀ ନିକଟରେ ବଡୁୁ ନିଯୋଗ ପକ୍ଷରୁ ବେଆଇନ ଭାବେ ଘର ନିର୍ମାଣ କରିବା ଯୋଗୁଁ ବିବାଦ ଉପୁଜିଛି । ନିର୍ମାଣାଧିନ ସ୍ଥାନଟି ଲିଙ୍ଗରାଜ ମହାପ୍ରଭୁଙ୍କର ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଅଭିଯୋଗ କରିଛନ୍ତି ।

“ମନ୍ଦିର ପ୍ରଶାସନ ପକ୍ଷରୁ ବଡୁ ନିଯୋଗର ଏହି ବେଆଇନ୍ ଗୃହ ନିର୍ମାଣ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଏସମ୍ପର୍କରେ ଆମେ ମନ୍ଦିର ପ୍ରଶାସନ, ସ୍ଥାନୀୟ ବିଧାୟକ ତଥା ଜିଲ୍ଲାପାଳଙ୍କୁ ଅବଗତ କରିଛୁ । ଏହି ବେଆଇନ ଗୃହ ନିର୍ମାଣ ତୁରନ୍ତ ବନ୍ଦ କରି ଜମିକୁ ତୁରନ୍ତ ଅଧିକାର କରିବାକୁ ନିବେଦନ କରିଛୁ,” ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ଶ୍ରୀ ପତି ।

Leave A Reply

Your email address will not be published.