Latest Odisha News

BREAKING NEWS

ମୁମ୍ବାଇର ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଗତ ଉରାନ୍ ଅଞ୍ଚଳସ୍ଥିତ ଅଏଲ୍ ଆଣ୍ଡ ନେଚୁରାଲ୍ ଗ୍ୟାସ୍ (ଓଏନଜିସି) ପ୍ଲାଣ୍ଟର ଶୀତଳ ଭଣ୍ଡାରରେ ମଙ୍ଗଳବାର ଦିନ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

 

ମିଳିଥିବା ସୂଚନାନୁଯାୟୀ ଏହି ଅଗ୍ନିକାଣ୍ଡ ପରେ ପ୍ଲାଣ୍ଟକୁ ଆସୁଥିବା ଏଲପିଜି ଗ୍ୟାସକୁ ଗୁଜୁରାଟର ହାଜିରା ପ୍ଲାଣ୍ଟକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ନିଆଁ ଚାରିଆଡକୁ ବ୍ୟାପୁଥିବା ବେଳେ ପ୍ଲାଣ୍ଟର ପ୍ରାୟ ୧ କିମି. ମଧ୍ୟରେ ଥିବା ସ୍ଥାନ ଗୁଡକିୁ ପୋଲିସ ପକ୍ଷରୁ ସିଲ୍ କରିଦିଆଯାଇଛି ।

ଅନ୍ୟପକ୍ଷରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରିଥିଲେ। ପରେ ଆହତମାନଙ୍କ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.