ଭୁବନେଶ୍ୱର: ତିନି ଦିନ ହୋଇଗଲଣି । ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପାସରେ । ନା ହେଉଛି ନୀତିକାନ୍ତି ନା ଭୋଗଲାଗି । ସେବାୟତ ବିବାଦକୁ ନେଇ ବନ୍ଦ ରହିଛି ମହାପ୍ରଭୁଙ୍କ ସେବା । ଆଜି ବସିବ ସେବାୟତ-ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବୈଠକ । ବୈଠକରେ ଆଲୋଚନା ପରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି । ଯଦି ସମାଧାନ ନ ବାହାରିଲା ତେବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର ।
ଆଲୋଚନା କରି ବିବାଦ ତୁଟାଇବା ପାଇଁ ଅତିରିକ୍ତ ଦେବୋତ୍ତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନାରେ କୌଣସି ପକ୍ଷ ରାଜି ନ ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି । ଏଥିସହ ପୁରୁଣା ବିବାଦ ଏବଂ ନୀତିକାନ୍ତି ବନ୍ଦ ସମ୍ପର୍କରେ ସମସ୍ତ ରିପୋର୍ଟ ଦେବାକୁ କହିଛନ୍ତି ଅତିରିକ୍ତ ଦେବୋତ୍ତର କମିଶନର ।
ସୂଚନା ଥାଉ କି, ଏକ ଦୋକାନ ଘର ନିର୍ମାଣକୁ ନେଇ ବଡୁ ନିଯୋଗ ଏବଂ ବ୍ରାହ୍ମଣ,ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଲାଗିଛି । ଏହାକୁ ନେଇ ଲିଙ୍ଗରାଜଙ୍କ ସେବା ବନ୍ଦ କରି ଦେଇଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ଏପଟେ ନୀତିକାନ୍ତି ବନ୍ଦ ରହିଥିଲେ ବି ଭକ୍ତଙ୍କ ଦର୍ଶନ ପାଇଁ ସାହଣମେଲା ଖୋଲା ରହିଛି ।
ମହାପ୍ରଭୁଙ୍କୁ ଉପାସରେ ଦେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଏହାକୁ ନେଇ ସେବାୟତଙ୍କ ଉପରେ ବର୍ଷିଛନ୍ତି । କଥା କଥାକେ ଏପରି ପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିବା ଠିକ ନୁହେଁ ବୋଲି କହିଛନ୍ତି । ଅନ୍ୟପକ୍ଷେ ସରକାର ଏହାର ସମାଧାନ କରୁ ନ ଥିବାରୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ।
BREAKING NEWS
- ଶାନ୍ତି ପ୍ରତିଷ୍ଠା ପାଇଁ ହୁତି ବିଦ୍ରୋହୀଙ୍କୁ ସାଉଦି ଆରବର ୧ ବିଲିୟନ ଡଲାରର ପ୍ରସ୍ତାବ
- ସମ୍ଭାବ୍ୟ ବାତ୍ୟା ବିପଦକୁ ଏଡ଼ାଇବା ପାଇଁ ପଦକ୍ଷେପ: ଗର୍ଭବତୀ ମହିଳାମାନଙ୍କୁ ‘ମା ଗୃହ’କୁ ଯିବା ପାଇଁ ସରକାରଙ୍କ ଅପିଲ୍
- କର୍କଟ ଔଷଧ ନାଁରେ ଚାଲିଛି ଲୁଟ୍ ଓ ଡକାୟତି: କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ତାଗିଦ୍
- ଫେଲ୍ ମାରିଲା ଚୋରା ଚାଲାଣର ନୂଆ ଫର୍ମୁଲା; ମାଟି ତଳୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ

Comments are closed.