ମୟୂରଭଞ୍ଜ : ଜିଲ୍ଲା ସ୍ତରୀୟ ଉନ୍ନୟନ କିମିଟି ବୈଠକ । ଚତୁର୍ଥ ଜିଲ୍ଲା ସ୍ତରୀୟ ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଇଂ ବିଶେଶ୍ଵର ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମୟୂରଭଞ୍ଜ ଜିଲ୍ଲାରେ କିଭଳି ଭାବେ କାର୍ଯ୍ୟକାରୀ କରାଯାଉଛି ଏବଂ ତାର ତଦାରଖ ଏବଂ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ କିପରି ଭାବେ ତ୍ୱରାନ୍ୱିତ କରାଯାଇ ପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଛି ।
ଏହି ଆଲୋଲଚନା ଚକ୍ରରେ ଜିଲ୍ଲା କାର୍ଯ୍ୟକାରୀ ହେଉଥିବା ୪୧ଟି ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ମହାତ୍ମାଗାନ୍ଧୀ ନେସନାଲ ରୁରାଲ ଶିକ୍ଷା ଯୋଜନା ,ଦୀନଦୟାଲ ଅନ୍ନଦୋୟ ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମସେବକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛଭାରତ ମିଶନ, ଗ୍ରାମୀଣ ସ୍ଵଛ ଭାରତ ମିଶନ, ଜାତୀୟ ସାମାଜିକ ସହାୟତା ଯୋଜନା, ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚଇ ଯୋଜନା,ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ଓ ରେକର୍ଡ ସଂଶୋଧିତ ଯୋଜନା, ଦୀନଦୟାଲ ଉପନାଧ୍ୟାୟ ଗ୍ରାମଜ୍ୟୋତି ଯୋଜନା,ଶ୍ୟାମାପ୍ରସାଦ ମୁଖାର୍ଜୀରୁରାଲ ମିଶନ, ସ୍ମାର୍ଟ ସିଟି ମିଶନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା,ନେସନାଲ ଡେଲଥ ମିଶନ,ସର୍ବଶିକ୍ଷା ଅଭିଯାନ,ଶିଶୁ ବିକାଶ ଯୋଜନା,ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ କୁଶାଲ ବିକାଶ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା,ସୋଏଲ ହେଲଥ କାର୍ଡ ଯୋଜନା,ବେଟି ବଚାଓ ବେଟି ପଢ଼ାଓ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ନିରାପତ୍ତା ଆଦି ୪୧ଟି ବିଭାଗ ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ,ଜିଲ୍ଲାପାଳ ବିନିତ ଭରଦ୍ୱାଜ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ବିଭିନ୍ନ ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed.