Latest Odisha News

BREAKING NEWS

‘ରୁଚି’ ପକ୍ଷରୁ ହଜାରେ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: କରୋନା ବିପର୍ଯ୍ୟୟରେ ପ୍ରଭାବିତ ପୁରୀ ଓ ଭୁବନେଶ୍ୱରର ଅନେକ ସହରତଳି ବସ୍ତିରେ ବସବାସ କରୁଥିବା ଅସହାୟ ଓ ବିପନ୍ନ ଲୋକମାନଙ୍କୁ ରୁଚି ମସଲା ଉଦ୍ୟୋଗ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି ।

ଭୁବନେଶ୍ୱରର ହାଇଟେକ୍ ବସ୍ତି, କିନ୍ଦିରିଆ ବସ୍ତି, ପାଣ୍ଡରା, ଭୋଇ ସାହି, ରସୁଲଗଡ଼, ଅରବିନ୍ଦ ନଗର, ଭୁବନେଶ୍ୱର-ପୁରୀ ନୂଆ ଜଗନ୍ନାଥ ସଡ଼କ କଡ଼, ଖଣ୍ଡଗିରି ବସ୍ତି, ଇସ୍କନ୍ ମନ୍ଦିର ପାଖ ବସ୍ତି, ବେହେରା ସାହି ବସ୍ତି, ନହରକଣ୍ଟା, ପୁରୀ ଜିଲ୍ଲାର ଚନ୍ଦନପୁର ଓ ରଘୁରାଜପୁର ଅଞ୍ଚଳର ଏକ ହଜାରରୁ ଅଧିକ ପରିବାରକୁ ଏହି ଶୁଖିଲା ଖାଦ୍ୟ ଏକ ସପ୍ତାହ ଧରି ବଣ୍ଟନ କରାଯାଇଛି ।

ରୁଚିର ନିର୍ଦ୍ଦେଶିକା ରଶ୍ମୀ ସାହୁ, ପରିଚୟ ଫାଉଣ୍ଡେସନ୍‌ର ମୁଖ୍ୟ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ପ୍ରମୁଖ ବିପନ୍ନମାନଙ୍କ ପାଖକୁ ଯାଇ ଏହି ସାମଗ୍ରୀ ବଣ୍ଟନ କରିଥିଲେ ।

ରୁଚି ଫ୍ରୋଜିଟ୍ ଡ଼ିଭିଜନ୍‌ର ପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର, ଶିଳ୍ପା ଦାସ, ଦେବସ୍ମିତା ମିଶ୍ର, ଆଦ୍ୟାଶା ପଟ୍ଟନାୟକ, ସତ୍ୟବ୍ରତ ବିଶ୍ୱାଳ, ଲଲାଟ ରଂଜନ ଜେନା, ସରୋଜ କୁମାର ପାତ୍ର, ରାଜେଶ ଜେନା, ଗିରିଜା ଶଙ୍କର ବେହେରା ଓ ସନ୍ତୋଷ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.