Latest Odisha News

BREAKING NEWS

ଆସନ୍ତୁ ଜାଣିବା କିପରି ଶହ ଶହ ବାଦୁଡିଙ୍କ ସହ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ନେତ୍ରହୀନ ମହିଳା

ଅହମ୍ମଦାବାଦ:କରୋନା ଭାଇରସ ବାଦୁଡିଠାରୁ ବ୍ୟାପିଥିବା ଅନୁମାନ କରାଯାଉଛି । ଫଳରେ ବାଦୁଡିକୁ ଦେଖିଲେ ମନ ଭିତରେ ଭୟ ସଂଚାର ହେଉଛି । ଆସନ୍ତୁ ଜାଣିବା କିପରି ଏହି ଭୟର ବାତାବରଣ ଭିତରେ ଜଣେ ଦୃଷ୍ଟିହୀନ ୭୫ ବର୍ଷୀୟା ମହିଳା ଶହ ଶହ ବାଦୁଡିଙ୍କ ମେଳରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି । ଗୁଜରାଟର ସାବରକାଂଠା ଜିଲାରେ ବାସ କରୁଥିବା ଏହି ମହିଳାଙ୍କ ନାମ କଲାବେନ୍ । ପତିଙ୍କ ମୃତ୍ୟୁ ପରେ ସେ ଏହି ଭଙ୍ଗା ଘରେ ଏକୁଟିଆ ରହି ଆସୁଛନ୍ତି । ୨ ଝିଅଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦରେ ରହୁଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି ।

BjdElectrycity

୩ ବର୍ଷ ମଧ୍ୟରେ ବାଦୁଡିମାନେସେହି ଘରକୁ କବ୍ଚା କରିଛନ୍ତି । ସେମାନଙ୍କୁ ସେଠାରୁ ହଟାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ କଲାବେନ୍ ସଫଳ ହୋଇପାରୁ ନାହାନ୍ତି । ବାଦୁଡି ସହିତ ରହୁଥିବା ଯୋଗୁ ସାହି ପଡିଶା ଲୋକମାନେ ତାଙ୍କଠାରୁ ଯଥାସମ୍ଭବ ଦୂରତା ଅବଲମ୍ବନ କରୁଛନ୍ତି । କେବଳ ଦୟାପରବଶ ହୋଇ ଦୁଇ ବେଳା ଖାଦ୍ୟ ତାଙ୍କ ପାଖକୁ ପଠାଇ ଦେଉଛନ୍ତି ।

Leave A Reply

Your email address will not be published.