Latest Odisha News

BREAKING NEWS

ଲକଡ଼ାଉନରେ ହେବ ଅନଲାଇନ ପ୍ଲେସମେଣ୍ଟ: ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡ଼ାଉନ ମଧ୍ୟରେ ପୂର୍ବ ସ୍ନାତକ, ସ୍ନାତକ ତଥା ଡିପ୍ଲୋମା କୋର୍ସ ଛାତ୍ରଛାତ୍ରୀଙ୍କ ଅନଲାଇନ ପ୍ଲେସମେଣ୍ଟ ଡ୍ରାଇଭ କାର‌୍ୟ୍ୟକ୍ରମ ପାଇଁ ଯୋଜନା କରୁଥିବା ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ସୂଚନା ମିଳିଅଛି ।

ବିଶ୍ୱବିଦ୍ୟାଳୟ କୁଳପତି ନଜ୍‌ମା ଅଖତର୍ ଙ୍କ ନିର୍ଦ୍ଦେଶ କ୍ରମେ ପ୍ଲେସମେଣ୍ଟ ଡ୍ରାଇଭର ସୁପରିଚାଳନା ପାଇଁ ପ୍ଲେସମେଣ୍ଟ ସେଲ୍ ଏକ ସ୍ୱଚାଳିତ ପ୍ଲାଟଫର୍ମ ର ବନ୍ଦୋବସ୍ତ କରିଥିବା ଜଣାପଡିଛି ।

ଅଧିକ ପଢନ୍ତୁ: ରେକର୍ଡ ସୃଷ୍ଟି କଲା କିଟ୍: କୋଭିଡ ୧୯ ମହାମାରୀରେ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ୍ !

ଦେଶସାରାରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ସମୟରେ ଅନେକ କମ୍ପାନୀ କର୍ମଚାରୀଙ୍କ ସକାଶେ ଓର୍କ ଫ୍ରମ୍ ହୋମ ଭଳି ଉପାୟ ଆପଣେଇନେଇଥିବା ବେଳେ, ଆବଶ୍ୟକତା ଅନୁସାରେ ଇନ୍‌ଟର୍ନଶିପ ଓ ଚାକିରୀର ପ୍ରସ୍ତାବ ରଖୁଛନ୍ତି ।

ଏପରିକି ଆମାଜନ୍‌, ବାୟିଜୁସ୍‌, ବ୍ଲୁମବ୍ରେନ, କନେକ୍ଟଟୁସେର୍ଭ, ଆର୍‌ଟିଡ଼ିଏସ, ହାଏରଟେକ, ଡାଟାମାର୍କ, ନିଟ ଲିମିଟେଡ, ସାମସଙ୍ଗ ଡିସପ୍ଲେ, ହର୍ଣ୍ଡେଡ ପ୍ଲସ, ଓାଇସ୍କୁଲ, ଡାର୍କଫୋନିକ୍ସ ଷ୍ଟୁଡିଓ, ଇ-ଭିଜନ ଟେକ୍ନୋସର୍ଭ, ହାଭେଲ୍ସ, ପିକକ ସୋଲାର ଭଳି କମ୍ପାନୀ ଅନଲାଇନ ପ୍ଲେସମେଣ୍ଟ ଡ୍ରାଇଭ ପ୍ରତି ଆଗ୍ରହୀ ଥିବା କଥା ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ରିପୋର୍ଟ ଦିଆଯାଇଅଛି ।

କୋଭିଡ ୧୯ ପୂର୍ବରୁ ଆୟୋଜିତ ପ୍ଲେସମେଣ୍ଟ ଡ୍ରାଇଭରେ ୫୨ଟି କମ୍ପାନୀ ପକ୍ଷରୁ ୨୫୭ଟି ଚାକିରୀ ସୁଯୋଗ ଦିଆଯାଇଥିଲା ।

ଜଣେ କମ୍ପ୍ୟୁଟର ଇଂଜିନିୟରିଂ ଛାତ୍ରକୁ ମାଇକ୍ରୋସଫ୍ଟ କମ୍ପାନୀ ତରଫରୁ ସର୍ବାଧିକ ୪୧ଲକ୍ଷ ଟଙ୍କା ପ୍ୟାକେଜର ପ୍ରସ୍ତାବ ମିଳିଥିବା ସୂଚନା ମିଳିଅଛି ।

 

Leave A Reply

Your email address will not be published.