Latest Odisha News

BREAKING NEWS

୩ ନୂଆ ଜିଲ୍ଲାରେ ପଡିଲା କରୋନା ପାଦ, କେଉଁଠି ରହିଛି କେତେ ସଂଖ୍ୟା, ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ବୁଧବାର ଦିନ ଓଡ଼ିଶାର ୩ ଟି ନୂଆ ଜିଲ୍ଲାରେ ଏହି ଭୁତାଣୁ ଚିହ୍ନଟ କରାଯାଇଛି । ଏହା ମଧ୍ୟରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ ଛୁଇଁଛି।

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆସନ୍ତୁ ଜାଣିବା..

ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୁଚନା ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୪୭ ମାମଲା ସହ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆଜି ୩ ଟି ନୂଆ ମାମଲା ସହ ଯାଜପୁରରେ ଏହି ସଂଖ୍ୟା ୨୨ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ଗାଇଡ଼ଲାଇନ ଅନୁଯାୟୀ ଯାଜପୁର ହଟସ୍ପଟ ଜୋନ ମଧ୍ୟରେ ଆସି ଯାଇଛି ।

ଭଦ୍ରକ ଜିଲ୍ଲାରେ ୧୯ ଜଣ, ବାଲେଶ୍ଵର ରେ ୧୯ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂଖ୍ୟା ୧୦ରେ ପହଞ୍ଚିଛି ।

କେନ୍ଦ୍ରପଡ଼ା ଜିଲ୍ଲାରେ ୨ ଜଣ,କଳାହାଣ୍ଡି ଜିଲ୍ଲାରେ ୨ ଜଣ,କଟକ ଜିଲ୍ଲାରେ ଜଣେ ଢେଙ୍କାନାଳ ଜିଲ୍ଲାରେ ଜଣେ,ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ନୂଆ ଜିଲ୍ଲା ଭାବରେ କୋରାପୁଟ କେନ୍ଦୁଝର, ଝାରସୁଗୁଡା ଓ ଦେବଗଡ଼ ଜିଲ୍ଲାରେ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆସ୍ୱସ୍ତି ଜନକ ଖବର ଏହା ଯେ ରାଜ୍ୟରେ ଲାଗତାର କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ୩୯ ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ।

Leave A Reply

Your email address will not be published.