Latest Odisha News

BREAKING NEWS

ଲକଡାଉନ ୨.୦: ମେ ୪ରୁ ହ୍ବାଟ୍ସଆପରେ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଦ୍ୱିତୀୟ ଶ୍ରେଣୀରୁ ୧୦ମ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ହ୍ବାଟ୍ସଆପ ମାଧ୍ୟମରେ ଇ-ଶିକ୍ଷା ଯୋଗାଇବା ପଦକ୍ଷେପ ସଫଳ ହେବା ପରେ ଓଡ଼ିଶା ସରକାର ଆସନ୍ତା ୪ ତାରିଖରୁ ସାରା ରାଜ୍ୟରେ ଶିକ୍ଷା ସଂଯୋଗ ମାଧ୍ୟମରେ ଏହି ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏ ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଲାଗି ଓଡିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଓ)ଙ୍କୁ ଚିଠି ଲେଖିଛନ୍ତି।

ଏନେଇ ସବିଶେଷ ତଥ୍ୟ ଦେଇ ଶ୍ରୀ ପୁନିଆ କହିଛନ୍ତି ଯେ ଶିକ୍ଷା ସଂଯୋଗ କାର‌୍ୟ୍ୟକ୍ରମ ଦ୍ବାରା ହ୍ବାଟ୍ସଆପ୍ ଗ୍ରୁପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବିଷୟର ଗୋଟିଏ ଅଧ୍ୟାୟକୁ ପିଡିଏଫ ଫାଇଲ୍ ଭାବେ ପ୍ରଦାନ କରାଯିବ। ପ୍ରତିଦିନ ୪୫ ମିନିଟ୍‌ରୁ ୧ ଘଣ୍ଟା ଅବଧିରେ ୪ଟି କ୍ଲାସ ରହିବ।

ଏହି ପ୍ରୋଗ୍ରାମ୍ ଆସନ୍ତା ଜୁନ୍ ୧୩ ତାରିଖ ଯାଏଁ ମୋଟ୍ ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିବ।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୯ରୁ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସଂଯୋଗ ଆରମ୍ଭ କରାଯାଇଥିଲା।

Leave A Reply

Your email address will not be published.