Latest Odisha News

BREAKING NEWS

ହାର୍ ମାନି ନାହାନ୍ତି ଦିବ୍ୟାଙ୍ଗ ଆଶୀଷ; ୧୮ କିମି ସ୍କୁଟର୍ ଚଲାଇ ଆସନ୍ତି ଅଫିସ୍ !

ଋାୟପୁର: ଦୃଢ଼ ମନୋବଳ ଥିଲେ ମଣିଷ ହାର ମାନେ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଛତିଶଗଡର ଆଶୀଷ ସୋନୀ ।

ଦିବ୍ୟାଙ୍ଗ ହେବା ସତ୍ୱେ ସେ ୧୮ କିଲୋମିଟର ସ୍କୁଟର ଚଳାଇ ସଙ୍କରଗଡ ଜନପଦ ପଂଚାୟତ ଅଫିସରେ ପହଁଛନ୍ତି । ହାତ, ଗୋଡ ନ ଥାଇ ମଧ୍ୟ ସେ ନିଜର ଦକ୍ଷତା ଓ ଯୋଗ୍ୟତା ବଳରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି । ବଳରାମପୁରର +୨ ପଢ଼ିଥିବା ଏହି ଯୁବକ ଜଣକ କମ୍ପ୍ୟୁଟର, ମୋବାଇଲ ଓ ସ୍କୁଟି ଚଳାଉଛନ୍ତି ।

ସ୍ଥାନୀୟ ଜିଲାପାଳ ସଞ୍ଜୀବ କୁମାର ଝା ଟେଟ୍ରା  ଏମୋଲିଆରେ ଆକ୍ରାନ୍ତ ଏହି ଯୁବକର ପରିଶ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ କମ୍ପ୍ୟୁଟର ଅପେରେଟର ଭାବେ କାର୍ଯ୍ୟରତ ।

Leave A Reply

Your email address will not be published.