Latest Odisha News

BREAKING NEWS

ଏଥର ମୁନା ବଦନାମ ହେବ !

ଭୁବନେଶ୍ୱର: ସଲମାନ ଖାଁଙ୍କ ନୂତନ ଫିଲ୍ମ ‘ଦବଙ୍ଗ ୩’ର ମୁନା ବଦନାମ ଗୀତ ଏବେ ଚର୍ଚ୍ଚାରେ । ଦର୍ଶକ ଓ ପ୍ରଶଂସକଙ୍କ ମନ ଜିଣିବା ପାଇଁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମୁନା ବଦନାମ ଶୀର୍ଷକ ଗୀତ ପ୍ରସ୍ତୁତ୍ କରିଛନ୍ତି ।

ସଲମାନ ଖାଁ ଓ ପ୍ରଭୂଦେବାଙ୍କ ଉପସ୍ଥିତି ଓ ଡ୍ୟାନ୍ସ ପ୍ରଶଂସକଙ୍କୁ ଫିଲ୍ମ ପ୍ରତି ଆହୁରି ଆକୃଷ୍ଟ କରିଛି । ସୁବର୍ଣ୍ଣ, ନାଲି ଓ କଳା ରଙ୍ଗର ଜ୍ୟାକେଟ ସହ ସଲମାନ ଓ ସାଉଥ ସୁପରଷ୍ଟାରଙ୍କ ଡ୍ୟାନ୍ସ ଶୈଳୀ ବେଶ୍ ଉପଭୋଗ୍ୟ ହୋଇଛି ।

ଉଲ୍ଲେଖଯୋଗ୍ୟ ଦବଙ୍ଗ ଫିଲ୍ମର ସଫଳତାରେ ମୁନୀ ବଦନାମ ହୋଇ ଗୀତ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଦବଙ୍ଗ ସଲମାନ ମଧ୍ୟ ଏହି ଫିଲ୍ମର ସଫଳତା ନେଇ ବେଶ୍ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.