ଭୁବନେଶ୍ବର: ଚର୍ମ ଏବଂ କେଶ ପାଇଁ ଭିଟାମିନ୍- ଇ କ୍ୟାପସୁଲ ଅତ୍ୟନ୍ତ ଲାଭଦାୟକ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚର୍ମରେ ଚମକ ଆଣିଥାଏ । ଏହା ବ୍ୟତୀତ ଏହା ଆପଣଙ୍କୁ ଚର୍ମ ସମସ୍ୟାରୁ ମଧ୍ୟ ଦୂରେଇ ରଖେ । ଅଧିକାଂଶ ଲୋକ ଏହାକୁ ସ୍କିନରେ ବ୍ୟବହାର କରନ୍ତି । କିନ୍ତୁ ଭିଟାମିନ୍-ଇ କୁ ସଠିକ୍ ଭାବରେ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ । ଯଦି ଏହାକୁ ଠିକ୍ ଭାବେ ବ୍ୟବହାର ନକରାଯାଏ, ତେବେ ଏହା ଚର୍ମକୁ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା ଚେହେରାରେ ଭିଟାମିନ୍ -ଇ କ୍ୟାପସୁଲ୍ ଲଗାଇବାବେଳେ କେଉଁ ଭୁଲ୍ କରିବା ଉଚିତ୍ ନୁହେଁ ।
-ଭିଟାମିନ୍ ଇ କ୍ୟାପସୁଲ୍ ତେଲ ସିଧାସଳଖ ମୁହଁରେ ଲଗାନ୍ତୁ ନାହିଁ । ଭିଟାମିନ୍ ଇ କ୍ୟାପସୁଲକୁ କିଛି ନଡିଆ ତେଲ ଅବା ବାଦାମ ତେଲ ସହ ବ୍ୟବହାର କରିପାରିବେ ।
-ଭିଟାମିନ୍ ଇ ର ଅତ୍ୟଧିକ ବ୍ୟବହାର ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇପାରେ । ଏହାର ଅତ୍ୟଧିକ ପରିମାଣ ଚର୍ମକୁ ତେଲିଆ କରିପାରେ । ଏହା ବ୍ରଣ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ ସୀମିତ ପରିମାଣରେ ଭିଟାମିନ୍-ଇ ର ବ୍ୟବହାର କରନ୍ତୁ । ଆପଣ କେବଳ ଗୋଟିଏ କ୍ୟାପସୁଲ ବ୍ୟବହାର କରନ୍ତୁ ।
-ଅନେକ ଲୋକ ମୁହଁରେ ଭିଟାମିନ୍-ଇ କ୍ୟାପସୁଲ ଲଗାଇବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁହଁ ଧୋଇ ନଥାନ୍ତି । କିନ୍ତୁ ଏହାକୁ ଦୀର୍ଘ ସମୟ ମୁହଁରେ ଛାଡିଦେଲେ ପୋର୍ସ ବ୍ଲକ ହୋଇପାରେ, ଏହାଦ୍ବାରା ବ୍ରଣର ହୋଇପାରେ । ଏହାକୁ ୨୦-୩୦ମିନିଟ୍ ପର୍ଯ୍ୟନ୍ତ ଫେସ୍ ରେ ରଖନ୍ତୁ ଏବଂ ଏହାପରେ ଫେସ୍ ଧୋଇ ଦିଅନ୍ତୁ ।
-ଜାଣି ରଖନ୍ତୁ ଭିଟାମିନ୍-ଇ କ୍ୟାପସୁଲ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁହାଇବ ତାହା ନୁହେଁ । ଚର୍ମରେ ଭିଟାମିନ୍-ଇ କ୍ୟାପସୁଲ ଲଗାଇଲେ ଅନେକ ଲୋକଙ୍କ ସ୍କିନରେ କୁଣ୍ଡେଇ ହେବା,ଫଳି ଯିବା ଆଦି ଆଲର୍ଜିର ସମ୍ମୁଖୀନ ହୋଇଥାନ୍ତି । ସେଥିପାଇଁ ଆପଣ ନିଶ୍ଚିତ ଭାବରେ ଏକ ପ୍ୟାଚ୍ ଟେଷ୍ଟ ନିଶ୍ଚିତ କରନ୍ତୁ ।
-କଟା ଏବଂ କ୍ଷତ ସ୍ଥାନ ଉପରେ ଭିଟାମିନ୍-ଇ କ୍ୟାପସୁଲ ଲଗାନ୍ତୁ ନାହିଁ । ଏହା ଆପଣଙ୍କ ସମସ୍ୟାରେ ପକାଇପାରେ ।
Comments are closed.