Latest Odisha News

BREAKING NEWS

ଅମିତାଭଙ୍କ ‘ଦିଓ୍ୱାର’ ଫିଲ୍ମ ଦେଖି ହିରୋ ହେବାକୁ ଇଚ୍ଛା ରଖିଥିବା ରାଜୁଙ୍କ ଅସଲି ନାମ ଜାଣନ୍ତି ?

ନୂଆଦିଲ୍ଲୀ: ନିଜସ୍ବ ଶୈଳୀରେ ଦୁନିଆକୁ ହସି ହସି ବେଦମ କରାଉଥିବା କଳାକାର ରାଜୁ ଶ୍ରୀବାସ୍ତବ ଏବେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିରେ। ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଆଜି ପରଲୋକ ଘଟିଛି। ସେ ହସ୍ପିଟାଲ ବେଡରେ ୪୧ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି। ବୁଧବାର ସକାଳେ ସେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ଅଗଷ୍ଟ ୧୦ରେ ହୃଦଘାତ ପରେ ରାଜୁଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୫୮ ବର୍ଷିୟ ରାଜୁ ଜିମରେ ବ୍ୟାୟାମ କରୁଥିବା ସମୟରେ ତଳେ ପଡ଼ିଯାଇଥିଲେ। ହୃଦଘାତର ଶିକାର ହୋଇ ସେ ତଳେ ପଡିଯାଇଥିଲେ ପରେ ତାଙ୍କର ମୃତ୍ୟୁ ଘଟିଛି।

ରାଜୁ ଶ୍ରୀବାସ୍ତବ ୧୯୮୮ ମସିହାରୁ ଜଣେ ହାସ୍ୟ ଅଭିନେତା ବା କମେଡିଆନ୍ ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ଦିୱାର ଦେଖିବା ପରେ ହିରୋ ହେବାର ସ୍ୱପ୍ନ ଦେଖିଥିଲେ ବୋଲି କୁହନ୍ତି। ସେ ଉତ୍ତର ପ୍ରଦେଶର କାନପୁରରୁ ମୁମ୍ବାଇ ଆସିଥିଲେ ନିଜ ସ୍ବପ୍ନକୁ ସାକାର କରିବାକୁ। ତେବେ ସେ ହିରୋ ହେବା ପୂର୍ବରୁ ପ୍ରଥମେ ସେ ଜଣେ ଅଟୋ ଡ୍ରାଇଭର ହୋଇଥିଲେ। ସେ ସଲମାନ ଖାନଙ୍କ ଫିଲ୍ମ ମେନେ ପ୍ୟାର କ୍ୟୁଁ କିଆ ଫିଲ୍ମରେ ଟ୍ରକର ଜଣେ ସଫେଇ କର୍ମୀ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଅଭିନୟ କରିଥିଲେ।

ରାଜୁ ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ବାସିନ୍ଦା। ରାଜୁ ଶ୍ରୀବାସ୍ତବ ୨୫ ଡିସେମ୍ବର ୧୯୬୩ରେ କାନପୁରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ ପ୍ରସିଦ୍ଧ କବି ଥିଲେ। ସେ କଲ୍ୟାଣଜୀ ଆନନ୍ଦଜୀ, ବାପି ଲାହିରି ଏବଂ ନିତିନ ମୁକେଶଙ୍କ ପରି କଳାକାରଙ୍କ ସହ କାମ କରିଛନ୍ତି।

ସେ ମିମିକ୍ରି କରି ବା ଅନ୍ୟର କହିବା ଶୈଳୀକୁ ଅନୁକରଣ କରି ନିଜର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ପ୍ରକୃତ ସଫଳତା ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜରେ ଦେଖିବାକୁ ମିଳିଥିଲା​ଢ ଏହି ଶୋ’ରେ ସେ ତାଙ୍କର ଚମତ୍କାର ପ୍ରଦର୍ଶନ ଦେଖାଇ ଘରେ ଘରେ ନିଜର ଛାପ ଛାଡ଼ିଥିଲେ। ପରେ ସେ ବିଗ୍ ବସରେ ଭାଗ ନେଇଥିଲେ।

ରାଜୁ ଶ୍ରୀବାସ୍ତବ ଭାବରେ ସାରା ବିଶ୍ୱକୁ ଜଣାଶୁଣା ଏହି କଳାକାରଙ୍କ ପ୍ରକୃତ ନାମ ଆଉ କିଛି ଥିଲା। ପରଦାରେ ଗଜୋଧର ଭୟା ଭାବରେ ଖ୍ୟାତି ଅର୍ଜନ କରିଥିବା ରାଜୁ ଶ୍ରୀବାସ୍ତବଙ୍କ ପ୍ରକୃତ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ। ଯଦିଓ ତାଙ୍କର ଏହି ନାମକୁ କିନ୍ତୁ ଲୋକେ ଏତେଟା ଜାଣିନାହାନ୍ତି।

Comments are closed.