Latest Odisha News

BREAKING NEWS

ସିସୋଦିଆଙ୍କ ନାଁରେ ଶୌଚାଳୟ ଘୋଟାଲା ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ବିଜେପି ପରେ ଏବେ କଂଗ୍ରେସ ଘେରିଲା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ। ଶୌଚାଳୟ ଦୁର୍ନୀତିରେ ସିସୋଦିଆ ସାମିଲ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ମଙ୍ଗଳବାର କଂଗ୍ରେସ ନେତାମାନେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟି ସିସୋଦିଆ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ଆଣିଛନ୍ତି।

ଦିଲ୍ଲୀ ସରକାର ଏନଜିଓ ବଳରେ ସହରରେ ଥିବା ସର୍ବସାଧାରଣ ଶୌଚାଳୟ ପରିଚାଳନାକୁ ଏକ ବେଆଇନ କମ୍ପାନୀକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛନ୍ତି। ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ନେତା। ଏପରି କରି ଦିଲ୍ଲୀ ସରକାର ଦୁର୍ନୀତି କରୁଛନ୍ତି ବୋଲି ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ କୁମାର ଦାବି କରିଛନ୍ତି।

ଦିଲ୍ଲୀର କଂଗ୍ରେସ ଏକ ବିବୃତ୍ତି ଜାରି କରି କହିଛି, ଶୌଚାଳୟରେ ନିର୍ମାଣ ପାଇଁ ଦିଲ୍ଲୀ ସରକାର ଯେଉଁ ନିଷିଦ୍ଧ କମ୍ପାନୀ ସହ ଚୁକ୍ତିନାମା କରିଛନ୍ତି ତାହା ତଦନ୍ତ ପରିସରଭୁକ୍ତ ହେବା ଦରକାର। ନଗର ଉନ୍ନୟନ ବିଭାଗ ମନୀଷ ସିସୋଦିଆଙ୍କ ପାଖରେ ରହିଛି। ତେଣୁ ତାଙ୍କ ବିରୋଧରେ ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରିଛି। ଦିଲ୍ଲୀ କଂଗ୍ରେସ ପ୍ରଶ୍ନ କରିଛି ଯେ ଗୋଟିଏ ନିଷିଦ୍ଧ କମ୍ପାନୀକୁ କାହିଁକି ଟେଣ୍ଡରରେ ସାମିଲ କରାଯାଇଛି।

ସିସୋଦିଆ ନିଜେ ଏହି ନିଷିଦ୍ଧ କମ୍ପାନୀ ବିରୋଧରେ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲେ। ୨୦୨୧ରେ ସେ ଏହି ପଦକ୍ଷେପ ନେଇଥିଲେ ବୋଲି ସେ କହିଛନ୍ତି। ଏହି ଅଭିଯୋଗ ଉପରେ ଦିଲ୍ଲୀ ସରକାର କିମ୍ବା ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

Leave A Reply

Your email address will not be published.