Latest Odisha News

୪୨ ବର୍ଷରେ ପାଦ ଦେଲେ ବେବୋ

ମୁମ୍ବାଇ: ବଲିଉଡର କପୁର ପରିବାରର ‘ବେବୋ’ ଏବଂ ରୀଲ ଦୁନିଆରେ ‘ପୁ’ କୁହାଯାଉଥିବା କରୀନା କପୁରଙ୍କର ଆଜି ଜନ୍ମଦିନ। ୪୨ ବର୍ଷରେ ପାଦ ଥାପିଛନ୍ତି ବେବୋ। ପରିବାରକୁ ଗୁରତ୍ୱ ଦେଇ ବଡ଼ ପରଦାରୁ ଦୂରେଇ ଯାଇଥିବା ବେବୋଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ କିଛି ବିଶେଷ କଥା….

BjdElectrycity

କରୀନା କପୁର ଖାନ ୧୯୮୦ ମସିହା ସେପ୍ଟେମ୍ବର ୨୧ ତାରିଖ ମୁମ୍ବାଇରେ ଜନ୍ମ ନେଇଥିଲେ। ରଣଧୀର କପୁର ଏବଂ ବବିତାଙ୍କ ସାନ ଝିଅ କରୀନା। ତାଙ୍କ ପରିବାର ଚଳଚ୍ଚିତ୍ର ସହିତ ସର୍ବଦା ଗଭୀର ସମ୍ପର୍କ ରହିଆସିଛି। ଏହି କାରଣରୁ କରୀନା କପୁର ସବୁବେଳେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରୀନା କପୁର ୨୦୦୦ ମସିହାରେ ରାକେଶ ରୋଶନଙ୍କ ଫିଲ୍ମ ‘କାହୋ ନା ପ୍ୟାର ହୈ’ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିଲେ। କିନ୍ତୁ ତା’ପରେ ସେ କିଛି ବ୍ୟକ୍ତିଗତ କାରଣରୁ ଫିଲ୍ମ ଛାଡି ସେହି ବର୍ଷ ଫିଲ୍ମ ‘ରେଫ୍ୟୁଜି’ ରେ ଡେବ୍ୟୁ କରିଥିଲେ। ଫିଲ୍ମ ‘ରେଫ୍ୟୁଜି’ରେ ଅଭିଷେକ ବଚ୍ଚନ ତାଙ୍କ ସହ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ କରୀନା କପୁରଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ଏବଂ ଏହି ଚଳଚ୍ଚିତ୍ରରେ ଅଭିନୟ କରି ତାଙ୍କୁ ‘ଫିଲ୍ମ ଫେୟାର ଶ୍ରେଷ୍ଠ ଡେବ୍ୟୁ’ ପୁରସ୍କାର ପ୍ରଦାନ କରାଯାଇଥିଲା।

କରୀନା କପୁରଙ୍କ କ୍ୟାରିୟରର ଦ୍ୱିତୀୟ ଚଳଚ୍ଚିତ୍ର ଏକ ବ୍ଲକବଷ୍ଟର ଥିଲା। ୨୦୦୧ ରେ ତୁଷାର କପୁରଙ୍କ ସହ ଚଳଚ୍ଚିତ୍ର ‘ମୁଝେ କୁଛ କେହେନା ହୈ’ ବକ୍ସ ଅଫିସରେ ସୁପହିଟ୍ ହେବା ସହ ଅନେକ ରୋଜଗାର କରିଥିଲା। ପରେ ପରେ ‘କଭି ଖୁସି କଭି ଗମ୍’ରେ ଦମଦାର ଅଭିନୟ କରି ବେଶ ଚର୍ଚ୍ଚାକୁ ଆସିଥିଲେ ବେବୋ। ଏହା ପରଠୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ନିଜର ଖଟା ମିଠା ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ କରୀନା । ବଡିଗାର୍ଡ, ଥ୍ରି-ଇଡିଅଟ , ତଲାସ, ହଲଚଲ, ଜବ ଉଇ ମେଟ, ଗୋଲମାଲ-୩ ଓ ବଜରଙ୍ଗୀ ଭାଇଜାନ ଭଳି ସୁପରହିଟ ଫିଲ୍ମରେ ଅଭିନୟ କରି ଟପ୍ ହିରୋଇନ ସାଜିଥିଲେ କରୀନା ।

ନିକଟରେ ଆମିର ଖାନଙ୍କ ରିଲିଜ ହୋଇଥିବା ଫିଲ୍ମ ‘ଲାଲ ସିଂ ଖଡ୍ଡା’ରେ କରୀନା କପୁରଙ୍କୁ ଶେଷଥର ପାଇଁ ପରଦାରେ ଦେଖିବାକୁ ମିଳିଥିଲା। ଯଦିଓ ଏହା ବକ୍ସ ଅଫିସରେ ଦମଦାର କରିପାରିନଥିଲା, କିନ୍ତୁ ଚଳଚ୍ଚିତ୍ରରେ କରୀନା ବହୁତ ଭଲ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ଆଗାମୀ ଦିନରେ କରୀନା ସୁଜୟ ଘୋଷଙ୍କ ‘ଦି ଡ଼ିଭୋସନ ଅଫ୍ ସସପେକ୍ଟ ଏକ୍ସ’ରେ ଜୟଦୀପ ଅହଲୱାଟ ଏବଂ ବିଜୟ ଭର୍ମାଙ୍କ ସହ ନଜର ଆସିବେ। ଏହା ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ।

Leave A Reply

Your email address will not be published.