Latest Odisha News

ଆଲମଣ୍ଡ ଖାଇବାକୁ ଭଲପାଆନ୍ତି କି? ଜାଣନ୍ତୁ ଏହାର ଫାଇଦା..

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ଭାବରେ ଆଲମଣ୍ଡ ସମସ୍ତେ ଖାଇ ଥାଆନ୍ତି ଏବଂ ଏହା ସସମସ୍ତଙ୍କୁ ଭଲ ମଧ୍ୟ ଲାଗିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଲମଣ୍ଡ ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ ? ମିନେରାଲ, ଭିଟାମିନ୍‌ ଏବଂ ଫାଇବରରେ ଭରପୁର ଥିବା ବାଦାମ ଦିନକୁ ୪-୫ଟି ଖାଇବା ଦ୍ୱାରା ରକ୍ତ ଶର୍କରା ,ହୃଦଜନିତ ରୋଗ ହେବାର ଆଶଙ୍କା କମ ହୋଇଥାଏ । ଏହା ସହ ଛୋଟ ପିଲାମାନେ ଏହାକୁ ଖାଇବା ଦ୍ୱାରା ସେମାନେ ଚାଲାକ ହେବା ସହ ଲୋକମାନଙ୍କର ମଧୁମେହ ରୋଗ ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ । ଆସନ୍ତୁ ଜାଣିବା ସବୁଦିନ ଆଲମଣ୍ଡ ଖାଇବା ଦ୍ୱାରା ଆପଣଙ୍କୁ କ’ଣ କ’ଣ ଲାଭ ମିଳିଥାଏ ।

ଆଲମଣ୍ଡ ଖାଇବା ଦ୍ୱାରା ଥଣ୍ଡା ଏବଂ ଫ୍ଲୁ ଭଳି ଭାଇରାଲ ସଂକ୍ରମଣ ସହିତ ଲଢ଼ିବାର ଶକ୍ତି ଆସିଥାଏ। ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଆଲମଣ୍ଡ ଚୋପା ମଧ୍ୟ ଦେହ ପାଇଁ ହିତକର। ଏହା କୋଲେଷ୍ଟରଲ ହ୍ରାସ କରିଥାଏ। ଏଥିରେ ଥିବା ମୋନୋସାଟ୍ୟୁରେଟେଡ୍‌ ଫ୍ୟାଟ୍‌ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ। ବ୍ରିଟିଶ ଜର୍ନାଲ ଅଫ୍‌ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏଥିରେ ଥିବା ଭିଟାମିନ ‘ଇ’ ର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୋଗୁ ଏହାକୁ ଖାଇବା ଦ୍ୱାରା କୋଲେଷ୍ଟରଲ ସ୍ତର କମିଯାଏ ଏବଂ ହୃଦ୍‌ରୋଗ ହେବାର ଆଶଙ୍କା କମିଯାଏ।

ଏକ କ୍ଲିନିକାଲ ଅନୁସନ୍ଧାନରୁ ଜଣାପଡିଛି ଯେ, ଆଲମଣ୍ଡ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର କମିଯାଏ। ଏହା ମଧୁମେହ ଏବଂ ହୃଦରୋଗର ଚିକିତ୍ସାରେ ମଧ୍ୟ ସାହାଯ୍ୟ କରିଥାଏ। ମଧୁମେହରେ ପୀଡ଼ିତ ଲୋକମାନେ ପ୍ରତିଦିନ ୨-୩ଟି ଆଲମଣ୍ଡ ଖାଇବା ଜରୁରୀ। ଅନ୍ତର୍ଜାତୀୟ ଜର୍ନାଲ ଅଫ୍‌ ମେଦବହୁଳତା ଏବଂ ଆନୁଷଙ୍ଗିକ ମେଟାବୋଲିକ ଡିସ୍‌ଅର୍ଡରରେ ପ୍ରକାଶିତ, ଏକ ଅଧ୍ୟୟନରେ ୬୫ ଜଣ ମୋଟା ବ୍ୟକ୍ତିଙ୍କୁ ନିଆଯାଇଥିଲା। ଏଥିରୁ ମିଳିଥିବା ଫଳାଫଳ ଅନୁଯାୟୀ, ଆଲମଣ୍ଡ ଖାଇଥିବା ଲୋକଙ୍କଠାରେ ମୋଟାପଣ ନ ଥିଲା। ଯେଉଁମାନେ ଖାଇ ନ ଥିଲେ ସେମାନଙ୍କଠାରେ ମେଦବହୁଳତା ରୋଗ ଦେଖିବାକୁ ମିଳିଥିଲା।

Comments are closed.