Latest Odisha News

ଆପ୍ ର ମିଶ୍ରଣ ପର୍ବ: କଂଗ୍ରେସ ଛାଡି ଦଳରେ ଯୋଗଦେଲେ ବିଶିଷ୍ଟ ସମାଜସେବୀ ଡ. ଅରୁନ ନାୟକଙ୍କ ସହ ବହୁ ନେତା ଓ କର୍ମୀ

ଭୁବନେଶ୍ବର: କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଲେ ବିଶିଷ୍ଟ ସମାଜସେବୀ ଡ. ଅରୁନ କୁମାର ନାୟକଙ୍କ ସହ ବହୁ ନେତା ଓ କର୍ମୀ । ଆଜି ରାଜ୍ୟ ସଭାପତି ନିଶାକାନ୍ତ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଶିଷ ସ୍ବାଇଁ, କଟକ ଜିଲ୍ଲା ସଭାପତି ଦୁର୍ଗାଦାସ, ଭୁବନେଶ୍ବର ସଭାପତି ଜୟସୂର୍ଯ୍ୟ କାନୁନଗୋ ଏବଂ ମଧ୍ୟମ ବିଧାନସଭାର ପ୍ରଭାରୀ ଶ୍ରୀଧର ସାହୁଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ଯୋଗଦେଲେ ।

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିକାଶ ମୂଳକ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି ଡ. ଅରୁନ କୁମାର ନାୟକ ।

ଏହି ଅବସରରେ ରାଜ୍ୟ ସଭାପତି ନିଶାକାନ୍ତ ମହାପାତ୍ର କହିଛନ୍ତି ଯେ, ଓଡିଶାରେ ଆପ୍ ଦୃଢତାର ସହ ଲଢିବ । ବିଜେପି ଓ ବିଜେଡି ର ଅଘୋଷିତ ମେଣ୍ଟ ବିରୁଦ୍ଧରେ ଆପ୍ ବିକଳ୍ପ ହୋଇ ଆସିବ ବୋଲି ସେ କହିଛନ୍ତି । ୨୦୨୪ ନିର୍ବାଚନରେ ପୁରା ତାକତ ଲଗେଇଦେବ ଆପ୍ । ଜନତାଙ୍କ ଆଶୀର୍ବାଦ ଅଛି ତେଣୁ ନିଶ୍ଚୟ ବିଜୟ ଲାଭ କରିବ ଦଳ ବୋଲି ରାଜ୍ୟ ସଭାପତି କହିଛନ୍ତି ।

Leave A Reply

Your email address will not be published.