ମୁମ୍ବାଇ: ମହାରାଷ୍ଟ୍ରର ଆଲିବାଗରେ ଥିବା ଏକ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀଙ୍କୁ ଅକ୍ସିଜେନ ମାସ୍କ ପିନ୍ଧିବାକୁ କହିବାରୁ ଡାକ୍ତରଙ୍କ ଉପରେ ଆକ୍ରମଣ କରିଛନ୍ତି ରୋଗୀ। ଡାକ୍ତର କହିବା ପରେ କରୋନା ରୋଗୀ ସାଲାଇନ୍ ଷ୍ଟାଣ୍ଡରେ ଜଣେ ଡାକ୍ତରଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଡାକ୍ତର ଜଣକ ଆହତ ହୋଇଥିବା ଜଣାପଡ଼ିଛି। ରୋଗୀର ଅମ୍ଳଜାନ ସ୍ତର କମ୍ ଥିଲା ଟେଉଁଥିପାଇଁ ଡାକ୍ତର ତାଙ୍କୁ ଅକ୍ସିଜେନ ମାସ୍କ ପିନ୍ଧିବାକୁ କହିଥିଲେ।
ଡାକ୍ତର ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଏବଂ ଆଲିବାଗରେ ପୋଲିସ ରୋଗୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିଥିବା ସୂଚନା ମିଳିଛି।
ଜୁଲାଇ ୧୪ ରେ ଆଲିବାଗ ଜିଲ୍ଲା ଜେନେରାଲ ହସ୍ପିଟାଲରେ ଏହି ଘଟଣା ଘଟିଛି। ଯେତେବେଳେ ଡକ୍ଟର ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଅକ୍ସିଜେନ ମାସ୍କ ପିନ୍ଧିବାକୁ କହିଥିଲେ। ଏହା ପରେ ରୋଗୀ ସାଲାଇନ୍ ଷ୍ଟାଣ୍ଡରେ ଡାକ୍ତରଙ୍କୁ ପିଟିଥିଲେ।
Comments are closed.