Latest Odisha News

BREAKING NEWS

ଅଭିନୟ ଦୁନିଆରେ ପାଦ ଦେବେ ଅଲୁ ଅର୍ଜୁନଙ୍କ ଝିଅ ଆର୍‌ହା

ନୂଆଦିଲ୍ଲୀ: ଅଭିନୟ ଜଗତରେ ପାଦ ଦେଲେ ଟଲିଉଡ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ଝିଅ। ଗୁରୁବାର ଟ୍ୱିଟରରେ ନିଜ ଝିଅ ଅଲୁ ଆରହାଙ୍କ ଟଲିଉଡରେ ପ୍ରବେଶକୁ ନେଇ ଘୋଷଣା କରିଛନ୍ତି ଅଲୁ ଅର୍ଜୁନ। ସେ ଅତି ଗର୍ବର ସହ ଏହାକୁ ପ୍ରକାଶ କରିଛନ୍ତି।

ସେ ଟଲିଉଡର ଲୋକପ୍ରିୟ ଅଭିନେତ୍ରୀ ସମାନ୍‌ଥାଙ୍କ ଆଗାମୀ ଫିଲ୍ମ ଶକୁନ୍ତଲାମ୍‌ରେ ନଜର ଆସିବେ। ଏଥିରେ ସେ ପ୍ରିନ୍ସ ଭରତ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଗୁନାସେଖର। ତାଙ୍କ ଝିଅକୁ ଏହି ସୁବର୍ଣ୍ଣ ସୁଯୋଗ ଦେଇଥିବାରୁ ଅଲୁ ଅର୍ଜୁନ ଗୁନାସେଖର ଏବଂ ନିର୍ମାତା ନୀଲିମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଲୁ ଆର୍‌ହା ହେଉଛନ୍ତି ଅଲୁ ଅର୍ଜନଙ୍କ ପରିବାରର ଚତୁର୍ଥ ପିଢିର କଳାକାର। ତାଙ୍କର ଜେଜେବାପା ଅଲୁ ରାମଲିଙ୍ଗାଇୟା, ଜେଜେବାପା ଲୋକପ୍ରିୟ ନିର୍ମାତା ଅଲୁ ଅରବିନ୍ଦ ଏବଂ ପିତା ହେଉଛନ୍ତି ଅଲୁ ଅର୍ଜୁନ।

Leave A Reply

Your email address will not be published.