Latest Odisha News

BREAKING NEWS

ଓସ୍କାର ବିଜେତା ଏମଏମ କୀରାଭାନୀ କରୋନା ସଂକ୍ରମିତ

ମାଡ୍ରାସ:ଆରଆରଆର ଫିଲ୍ମର ନାଟୁ ନାଟୁ ସଙ୍ଗୀତ ପାଇଁ ଓସ୍କାର ପୁରସ୍କାର ଜିତିଥିବା ସଙ୍ଗୀତକାର ଏମଏମ କୀରାଭାନୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିର କେତେ ଜଣ ଏଥିରେ ସଂକ୍ରମିତ ହୋଇ ସାରିଲେଣି । କୀରାଭାନୀଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ସେ ନିଜକୁ ଆଇସେଲେଟ ମଧ୍ୟ କରିଛନ୍ତି । ନାଟୁ ନାଟୁ ଗୀତ ପାଇଁ ଓସ୍କାର ପାଇବା ମୋ ପାଇଁ ସ୍ୱପ୍ନ ସଦୃଶ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଆଉ ନାଟୁ ନାଟୁ ଶୈଳୀର କୌଣସି ଗୀତ କମ୍ପୋଜ କରିବି ନାହିଁ ।

ଏଥିପାଇଁ ଯେତେ ପରିମାଣର ଅର୍ଥ ମିଳିଲେ ମଧ୍ୟ ମୋ ପାଇଁ ଏହା ସମ୍ଭବପର ନୁହେଁ କାରଣ ମୁଁ କେବେ ହେଲେ କମ୍ପୋଜିଶନକୁ ପୁନରାବୃତି କରେ ନାହିଁ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଡାକ୍ତର କହିଛନ୍ତି । ବିଭିନ୍ନ ମହଲରୁ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରାଯାଉଛି ।

Leave A Reply

Your email address will not be published.