Latest Odisha News

T20 World Cup: ଟସ୍ ଜିତି ପାକିସ୍ତାନ ବିପକ୍ଷରେ ଭାରତର ବୋଲିଂ ନିଷ୍ପତ୍ତି

ମେଲବର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ଆଜି ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଛି । ମେଲବର୍ଣ୍ଣରେ ଖେଳା ଯାଉଥିବା ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ରୋହିତ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ।

ରୋହିତ ଶର୍ମାଙ୍କ ଅଧିନାୟତ୍ୱରେ ପ୍ରଥମଥର ପାଇଁ ଭାରତୀୟ ଦଳ ବିଶ୍ୱକପ୍ ଖେଳୁଛି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ଠାରୁ ଭାରତ ୧୦ ୱିକେଟରେ ହାରିଥିଲା । ଆଜି ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ୧୫ ବର୍ଷ ହେଲା ବିଶ୍ୱକପ୍ ହାତେଇ ପାରି ନଥିବା ଭାରତୀୟ ଦଳ ଏଥର ଟ୍ରଫି ଉପରେ ନଜର ରଖିଛି ।

ଚୂଡ଼ାନ୍ତ ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ଯୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିଛି । ତେବେ ଭାରତ-ପାକିସ୍ତାନ ମଧ୍ୟରେ ୧୧ଟି ଟି-ଟ୍ୱେଣ୍ଟି ଖେଳା ଯାଇଥିବା ବେଳେ ଭାରତ ୭ଟି ଜିତିଛି । ସେହିଭଳି ପାକିସ୍ତାନ ୩ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଛି । ଟି-ଟ୍ୱେଣ୍ଟି ବିଶ୍ୱକପରେ ୨ ଦଳ ୬ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୪ଟିରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ଗୋଟିଏ ଜିତିଛି । ଆଉ ଗୋଟିଏ ମ୍ୟାଚ୍ ଡ୍ର ରହିଛି ।

Leave A Reply

Your email address will not be published.