Latest Odisha News

BREAKING NEWS

ଚତୁର୍ଥ ଦିନରେ ଡାକ୍ତର ଆନ୍ଦୋଳନ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହି ସଂଘର ଜରୁରୀ ବୈଠକ

ଭୁବନେଶ୍ୱର: ୪ ଦିନ ଧରି ଚାଲିଛି ଡାକ୍ତରମାନଙ୍କ ଆନ୍ଦୋଳନ। ୧୦ ଦଫା ଦାବି ପୂରଣ ଜିଦ୍‌ରେ ଅଡ଼ି ବସିଛନ୍ତି ଡାକ୍ତର। ଡାକ୍ତରଙ୍କ ସୁରକ୍ଷା, କ୍ୟାଡର ପୁନର୍ଗଠନ, ଲେବୁଲ ୧୫ ପେ’ ସ୍କେଲ ଉଚ୍ଛେଦ, ସ୍ବଚ୍ଛ ବଦଳି ନୀତି, କେବିକେ ଏଗ୍‌ଜିଟ୍‌ ପଲିସି, ଇନ୍‌ସ୍ୟୁରାନ୍ସ ଓ ଦନ୍ତ ଡାକ୍ତରଙ୍କୁ ଇନ୍‌ସେଣ୍ଟିଭ୍‌ ଭଳି ୧୦ଟି ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର ମାନେ। ମୁଖ୍ୟମନ୍ତ୍ରୀ ଡାକିଲେ ଡାକ୍ତର ସଂଘ ଆଲୋଚନା କରିବ ବୋଲି କହିଛନ୍ତି। ଏହା ଭିତରେ ଆଜି ଦିନ ସାଢେ ୧୧ଟାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ସଂଘ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଜାନୁଆରୀ ୬ତାରିଖରୁ ରାଜ୍ୟରେ ଏସ୍‌ମା ଲାଗୁ କରିଛନ୍ତି ସରକାର। ଏସମା ବଳବତ୍ତର ଥିବା ସତ୍ତ୍ବେ ଡାକ୍ତର ମାନୁନଥିବାରୁ ରୋଗୀଙ୍କୁ ସେବା ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି। ସ୍ଥିତିର ମୁକାବିଲା ପାଇଁ ଆୟୁଷ ଡାକ୍ତର ଓ ଠିକା ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ତଥାପି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସରକାରୀ ଡାକ୍ତର। ଛଟପଟ ହେଉଛନ୍ତି ରୋଗୀ ।

ସରକାରୀ ଚିଠି ଅନୁଯାୟୀ, OMSA ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜିବ କୁମାର ପ୍ରଧାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଛି। ଉଭୟଙ୍କୁ ବୈଠକରେ ଯୋଗଦେବାକୁ ଅନୁରୋଧ କରାଯାଇଛି। ସରକାରଙ୍କ ଅତିରିକ୍ତ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଚିଠି ରାଜ୍ୟ ସରକାରଙ୍କ ଆନ୍ଦୋଳନକାରୀ ଡାକ୍ତର ସଂଘ ସହିତ ଆଲୋଚନା କରି ସେମାନଙ୍କ ଦାବିର ସମାଧାନ ଏବଂ ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଖୋଜିବା ପାଇଁ କରାଯାଉଛି।

Leave A Reply

Your email address will not be published.