Latest Odisha News

BREAKING NEWS

ଡିସକଭରିରେ ଫନି ମୁକାବିଲା କାହାଣୀ; ଜାଣନ୍ତୁ ପ୍ରସାରଣ ସମୟ

ନୂଆଦିଲ୍ଲୀ: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବ ମହାବାତ୍ୟା ଫନିର କାହାଣୀ ।

ଅଧା ଓଡ଼ିଶାରେ ମେ ୩, ୨୦୧୯ରେ ତାଣ୍ଡବ ରଚିଥିଲା ବାତ୍ୟା ‘ଫନି’ । ଉପକୂଳ ଓଡିଶାର କେତେକ ଜିଲ୍ଲା ସହ ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାରେ ଧ୍ବସ୍ତବିଧ୍ବସ୍ତ କରିଦେଲା ଫନୀ। ଏହି ମହାବାତ୍ୟାର କିପରି ରାଜ୍ୟ ସରକାର ସଫଳ ମୁକାବିଲା କରିଛନ୍ତି ସେନେଇ ଏକ ସ୍ବତନ୍ତ୍ର ରିପୋର୍ଟ ଡିସକୋଭରି ଚ୍ୟାନେଲରେ ପ୍ରସାରଣ ହେବ। ଡିସ୍‌କଭରି ଚ୍ୟାନେଲ୍‌ ‘ଲିସିନ୍‌ ଟୁ ଦ ସି’ କାର୍ଯ୍ୟକ୍ରମରେ ଏହା ପ୍ରସାରଣ ହେବ।

ଏହା ଆସନ୍ତା ୨୦ତାରିଖ ରାତି ୯ଟାରେ ଚ୍ୟାନେଲରେ ଦେଖା ଯାଇପାରିବ। ସେହିପରି ଜୁନ୍‌ ୨୩ରେ ଏହି କାର୍ଯ୍ୟକ୍ରମ ଡିସ୍‌କଭରି ପ୍ଲସ୍‌ ଆପ୍‌ରେ ଦର୍ଶକ ମାନେ ଏହାକୁ ଦେଖିପାରିବେ।

ଭାରତୀୟ ପାଣିପାଗ କେନ୍ଦ୍ର କିପରି ବାତ୍ୟା ଫନିର ଠିକ୍‌ ପୂର୍ବାନୁମାନ କରିଥିଲା, କେଉଁଠି ବାତ୍ୟା ମାଡ଼ ହେବ, ଏହାର ଗତି କେତେ ରହିବ, ‌ତାହା ଦର୍ଶକମାନେ ପୁଙ୍ଖାନୁପୁଙ୍ଖ ଭାବେ ଦେଖି ପାରିବେ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଓଡ଼ିଶା କିପରି କ୍ଳାନ୍ତ ନ ହୋଇ ଏହାର ମୁକାବିଲା କରିଛି ଏବଂ ୪୮ଘଣ୍ଟାରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ତାହା ‘ଲିସିନ୍‌ ଟୁ ଦ ସି’ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ।ଡିସ୍‌କଭରି ଚ୍ୟାନେଲର ଦକ୍ଷିଣ ଏସିଆ ପରିଚାଳନା ନିର୍ଦ୍ଦେଶକ ମେଘା ଟାଟା କହିଛନ୍ତି ଯେ, “ଗୋଟେ ରାଜ୍ୟକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିବା ବାତ୍ୟାକୁ ନେଇ ଏହା କେବଳ ଏକ ଡକୁ‌ମେଣ୍ଟାରି ନୁହେଁ, ବରଂ କିପରି ଲୋକଙ୍କର ଇଚ୍ଛା ଶକ୍ତି ଥିଲେ ପ୍ରଳୟକୁ ସାମ୍ନା କରିହୁଏ ତାହାର କାହାଣୀ”।

Leave A Reply

Your email address will not be published.