Latest Odisha News

ଓମିକ୍ରନକୁ ନେଇ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ, ୩ ଲେୟାର ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରେ ଚାରିଜଣ କରୋନା ସଂକ୍ରମିତଙ୍କଠାରୁ ଓମିକ୍ରନ ଚିହ୍ନଟ ପରେ ସଜାଗ ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ୍-୯୫ ପିନ୍ଧିବା ପାଇଁ ଡ଼ିଏମଇଟି ପରାମର୍ଶ ଦେଇଛନ୍ତି । ଓମିକ୍ରନ ୫ଗୁଣ ଅଧିକ ଜୋରଦାର ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ରୋକ ଲାଗିଛି । ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଗହଳି ଓ ବଣଭୋଜି ହେଉଥିଲେ ତାହା ଉପରେ ଆକ୍ସନ ନେବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ଏହାସହ ୪ଟି ସାମ୍ପୁଲ ଜିନମ ସିକ୍ୟୁଏନସିଂ ପାଇଁ ଯାଇଥିବା ସେ ସୂଚନା ଦେଇଛନ୍ତି । ଆଇସିୟୁ ବେଡ଼୍ ଓ ଭେଣ୍ଟିଲେଟର ସବୁକୁ କାର୍ଯ୍ୟକ୍ଷମ ମୋଡ଼ରେ ରଖାଯାଇଛି । ଏନେଇ ଡ଼ିଏମଇଟି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.