Latest Odisha News

BREAKING NEWS

ଦୁନିଆର ସବୁଠୁ ଲମ୍ବା ନାକ ଥିବା କୁକୁର

ନ୍ୟୁୟର୍କ: ଅଧିକାଂଶ ଲୋକ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି । ସେଥିଲାଗି ସେମାନେ ଘରେ ଭିନ୍ନ ଭିନ୍ନ ପ୍ରଜାତିର କୁକୁର ରଖିଥାନ୍ତି । କେବଳ ସେତିକି ନୁହେଁ, ତାର ଯତ୍ନ ମଧ୍ୟ ନିଜ ପିଲାପରି ନେଇଥାନ୍ତି । ଅନେକ କୁକୁର ଦେଖିବାକୁ ଖୁବ୍ ସୁନ୍ଦର ବି ହୋଇଥାନ୍ତି । ହେଲେ ଆପଣ ଦୁନିଆର ସବୁଠୁ ଲମ୍ବା ନାକ ଥିବା କୁକୁର ଦେଖିଛନ୍ତି ? ଏବେ ଏହି କୁକୁରର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାହାର ନାକ ଦୁନିଆର ସବୁଠୁ ଲମ୍ବା ନାକ ଭାବେ ବିବେଚନା କରାଯାଉଛି ।

ଲିଲି କମ୍ବୋରିୟାନ ନାମକ ଜଣେ ବ୍ୟକ୍ତି ଏହି କୁକୁର ପାଳିଛନ୍ତି । ଏହି କୁକୁରର ନାଁ ଦେଇଛନ୍ତି ଲାପଶା । ଏହା ବର୍ତ୍ତମାନ ଇଣ୍ଟରନେଟ୍ ସେନ୍‌ସସ୍ ପାଲଟିଛି । ଲାପଶାଙ୍କ ମାଲିକ ଲିଲି ଇନଷ୍ଟାଗ୍ରାମରେ ତାଙ୍କ ନାମରେ ଏକ ଆକାଉଣ୍ଟ ଖୋଲିଛନ୍ତି । ଆଉ ସେଥିରେ ତାଙ୍କର ଏକ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଏଥିରେ ଲାପଶାଙ୍କ ଅନେକ ଫଟୋ ଓ ଭିଡ଼ିଓ ପୋଷ୍ଟ କରିଛନ୍ତି । ଲାପଶାର ରଙ୍ଗ ସମ୍ପୂର୍ଣ୍ଣ ଧଳା । ସେ କାନାଡିଆନ୍ ବୋରୋଜୋଇ ପ୍ରଜାତିର ଏକ ଲୋମହୀନ କୁକୁର । ତାର ନାକ ଲମ୍ବ ପ୍ରାୟ ୧୨ ଇଞ୍ଚ । ତେଣୁ ଏହାର ନାକ ହେଉଛି ଦୁନିଆର ସବୁଠୁ ଲମ୍ବା ନାକ ବୋଲି ଲିଲି ପ୍ରକାଶ କରନ୍ତି । ବୁର୍ଜୋ କୁକୁରମାନେ ସେମାନଙ୍କର ଲମ୍ବା ନାକ ପାଇଁ ସର୍ବଦା ଜଣାଶୁଣା । ୨୦୧୮ ରେ, ଆମେରିକୀୟ କେନେଲ କ୍ଲବ ଦ୍ୱାରା ତାଲିକାଭୁକ୍ତ ୧୯୨ କୁକୁର ପ୍ରଜାତି ମଧ୍ୟରୁ ବୋରୋଜୋଇ ୧୦୩ ତମ ସ୍ଥାନରେ ରହିଥିଲା । ବୋରୋଜୋଇ କୁକୁରମାନେ ୧୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ।

Leave A Reply

Your email address will not be published.