Latest Odisha News

BREAKING NEWS

ଭକ୍ତିରସର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଚୈତନ୍ୟ ମହାପ୍ରଭୁ…

ପବିତ୍ର ଦୋଳପୂର୍ଣ୍ଣିମାରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଆବର୍ଭାବ ଘଟିଥିଲା । ଶ୍ରୀଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରହସ୍ୟମୟ ଲୀଳାର ଯେପରି ବର୍ଣ୍ଣନା କରାଯାଇଛି, ଯେପରି ଶ୍ରୀଚୈତନ୍ୟ ଓ ତାଙ୍କ ସଖାମାନଙ୍କର ଶ୍ରୀଜଗନ୍ନାଥ ଭକ୍ତି ଓ ପ୍ରୀତିକୁ ଉଲ୍ଲେଖ କରାଯାଇଛି, ଯେପରି ଜାତିଭେଦର ଦୂରୀକରଣ ପାଇଁ ଇଙ୍ଗିତ ପ୍ରଦାନ କରାଯାଇଛି ଓ ସର୍ବୋପରି ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ରୂପରେ ଦେଖିବାର ଯେଉଁ ପରମ୍ପରାଟିଏ ସୃଷ୍ଟି ହୋଇଛି, ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ।

ଶ୍ରୀଚୈତନ୍ୟ ଚରିତାମୃତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହସ୍ୟମୟ ନିତ୍ୟଲୀଳା ଓ ସ୍ନାନଯାତ୍ରା ତଥା ରଥଯାତ୍ରାର ମହତ୍ୱ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ରହିଛି । ଶ୍ରୀଚୈତନ୍ୟ ମହାପ୍ରଭୁ ପୁରୀକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଓ ତାଙ୍କୁ ପରଂବ୍ରହ୍ମ ରୂପେ ମାନିଛନ୍ତି । ସେଠାରୁ ସେ ଦକ୍ଷଣକୁ ଯାତ୍ରା କରି କୂର୍ମ କ୍ଷେତ୍ରରେ ବାସୁଦେବ ଓ ଜିୟଡ଼ରେ ଶ୍ରୀନୃସିଂହଦେବଙ୍କୁ ଦର୍ଶନ କରିଛନ୍ତି । କାବେରୀ ନଦୀ ତଟରେ ସେ ମଧ୍ୟ ଦର୍ଶନ କରିଛନ୍ତି ଶ୍ରୀରଙ୍ଗନାଥଙ୍କୁ । ଏହାପରେ ସେ ସାକ୍ଷାତ କରିଛନ୍ତି ଦାକ୍ଷିଣାତ୍ୟର ଦାୟିତ୍ୱରେ ଥିବା ଗଜପତିଙ୍କ ପ୍ରତିନିଧୀ ରାୟ ରାମାନନ୍ଦଙ୍କୁ ।

ନୀଳାଚଳକୁ ଆସି ଶ୍ରୀଚୈତନ୍ୟ ମହାପ୍ରଭୁ ଯେତେବେଳେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ, ସେତେବେଳେ ସେ ମୂର୍ଚ୍ଛିତ ପ୍ରାୟ ହୋଇପଡ଼ିଲେ । ସାର୍ବଭୌମ ତାଙ୍କୁ ଘରକୁ ନେଇ ଚେତା ଫେରାଇଲେ ।

ଶ୍ରୀଜଗନ୍ନାଥ ହେଲେ ସ୍ୱୟଂ ପରଂବ୍ରହ୍ମ । ବୈଷ୍ଣବ ଭକ୍ତିଯୋଗ ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଭାବେ ଗ୍ରହଣ କରାଯାଇଛି । ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ସାରା ଭାରତରେ ହରେକୃଷ୍ଣ ମହାମନ୍ତ୍ରର ପ୍ରଚାର ଓ ପ୍ରସାର ହୋଇପାରିଥିଲା ।

Leave A Reply

Your email address will not be published.