Latest Odisha News

BREAKING NEWS

ଭିତରକନିକାରେ ପୁଣି ଆରମ୍ଭ ହେଲା ଡ଼ଲଫିନ ଗଣନା

ପଟ୍ଟାମୁଣ୍ଡେଇ: ଭିତରକନିକା ରେ ପୁଣି ଥରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା। ଆଜି ସଖାଳ ୭ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି।

ସୂଚନାନୁସାରେ, ବନବିଭାଗର ୯ ଟିମରେ ୪୫ ଜଣ ସଦସ୍ୟ ଗଣନାରେ ନିୟୋଜିତ ହୋଇଛନ୍ତି । ଦେବି ମୁହାଣ ରୁ ଧାମରା ମୁହାଣ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରାଯିବ। ପୂର୍ବରୁ ଏହି ଗଣନା କରାଯାଇଥିଲେ ସୁଦ୍ଧା ପାଗ ଖରାପ ଯୋଗୁ ଗଣନା କାମ ଠିକ୍ ଭାବେ ହୋଇପାରି ନଥିଲା।

Leave A Reply

Your email address will not be published.