Latest Odisha News

BREAKING NEWS

ଏସସିବି ମେଡିକାଲ ପ୍ଲାଜମା ବ୍ୟାଙ୍କ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

 

ଭୁବନେଶ୍ୱର: କରୋନା ବିରୋଧରେ ରାଜ୍ୟରେ ଲଢ଼େଇ ଜାରି ରହିଛି । ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦେଇ ଚିକିତ୍ସା କରାଯାଉଛି । ୨୦୨୦ ଜୁଲାଇ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲରେ ପ୍ଲାଜମା ବ୍ୟାଙ୍କକୁ ଅନଲାଇନରେ ଶୁଭାରମ୍ଭ କରିଥିଲେ । ଏସସିବି ପ୍ଲାଜମା ବ୍ୟାଙ୍କ ଏକ ହଜାରରୁ ଅଧିକ ପ୍ଲାଜମାଫେରେସିସ୍ ପ୍ରକ୍ରିୟାକରଣ କରିଛି । ଯାହାକି ପ୍ଲାଜମା ବ୍ୟାଙ୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ଟ୍ୱିଟ୍ କରି ନବୀନ କଟକ ଏସସିବି ମେଡିକାଲର ପ୍ଲାଜମା ବ୍ୟାଙ୍କ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ୍ ଯୁଦ୍ଧକୁ ପ୍ଲାଜମା ଥେରାପି ବଳୀୟାନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ଲାଜମା ଯୋଗୁଁ ବହୁତ ଗମ୍ଭୀର କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚି ଯାଇଥିବା ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏସସିବି ମେଡିକାଲ କଲେଜ ପ୍ଲାଜମା ବ୍ୟାଙ୍କରେ ୧୦୦୧ଟି ପ୍ଲାଜମାଫେରରେସିସ୍ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ମୋଟ ୧୩୫୫ ଜଣ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇଥିବା ବେଳେ ଦ୍ୱିତୀୟ ଥର ଲାଗି ୩୯୮ ଜଣଙ୍କୁ ଦ୍ୱିତୀୟ ଥର ଦିଆଯାଇଛି । ମୋଟ ୧୭୫୩ ୟୁନିଟ୍ ପ୍ଲାଜମା ରୋଗୀଙ୍କୁ ଦିଆଯାଇଛି । ପ୍ଲାଜମା ଥେରାପି ପରେ ୮୧୭ ଜଣ ଆକ୍ରାନ୍ତ ମେଡିକାଲରୁ ଡିସଚାର୍ଜ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.