Latest Odisha News

BREAKING NEWS

ସର୍ବ କନିଷ୍ଠ ଗ୍ରାଣ୍ଡ ସ୍ଲାମ ବିଜେତା ହେଲେ ଡୋମିନିକ୍ ଥିଏମ

ନ୍ୟୁୟର୍କ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଅଷ୍ଟ୍ରିଆର ଡୋମିନିକ୍ ଥିଏମ ୨-୬, ୪-୬, ୬-୪, ୬-୩, ୭-୬ ସେଟରେ ଜର୍ମାନୀର ଆଲେକଜାଣ୍ଡର ଜୋରେଭଙ୍କୁ ପରାସ୍ତ କରି ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସେ ଅଷ୍ଟ୍ରିଆର ପ୍ରଥମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ୭୧ ବର୍ଷ ପରେ ପ୍ରଥମ ୨ଟି ସେଟ ହାରିବା ସତ୍ୱେ ଥିଏମ କ୍ରମାଗତ ୩ଟି ସେଟ୍ ଜିତି ନୂଆ ଚାମ୍ପିୟନ ହୋଇଛନ୍ତି । ପୂର୍ବରୁ ୧୯୪୯ରେ ପଚୋଂ ଗୋଞ୍ଜାଲେଜ ୨ଟି ସେଟ ହାରିବା ପରେ ମ୍ୟାଚରେ ବିଜୟ ହାସଲ କରିଥିଲେ ।

ଏହା ବ୍ୟତୀତ ସର୍ବ କନିଷ୍ଠ ଖେଳାଳି ଭାବେ ସେ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି । ପ୍ରଥମ ଥର ପାଇଁ ବିଜେତାର ନିଷ୍ପତି ଟାଇବ୍ରେକର ଜରିଆରେ ହୋଇଥିଲା । ୧୬ ବର୍ଷ ପରେ ପ୍ରଥମ ଥର ପାଇଁ ବିଗ୍ ଥ୍ରୀ ରୋଜର ଫେଡେରର, ରାଫେଲ ନାଡାଲ ଓ ନୋଭାକ ଜୋକୋଭିଚ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଅତିକ୍ରମ କରିପାରି ନାହାନ୍ତି ।

Leave A Reply

Your email address will not be published.