Latest Odisha News

କ’ଣ ଏହି ସିବିଡିସି? ଆମେରିକାରେ ବ୍ୟାନ୍ କଲେ ଟ୍ରମ୍ପ ସରକାର

ନୂଆଦିଲ୍ଲୀ: ଆମେରିକାରେ ସିବିଡିସି ବ୍ୟାନ କଲେ ଟ୍ରମ୍ପ ସରକାର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଦେଶରେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ କରେନ୍ସି (ସିବିଡିସି) ସୃଷ୍ଟି କରିବା କିମ୍ବା ଜାରି କରିବା ଉପରେ ନିଷେଧାଦେଶ ଜାରି କରିଛନ୍ତି । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମୟରେ ପ୍ରଚାର କରିବାବେଳେ, ଟ୍ରମ୍ପ ଏହା ବ୍ୟାନ୍ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଉ ହ୍ବାଇଟ ହାଉସରେ ପାଦ ରଖୁ ରଖୁ ସିବିଡିସି ଉପରେ ନିଷେଧାଦେଶ ଲଗାଇଛନ୍ତି ଟ୍ରମ୍ପ ସରକାର ।

ତେବେ କ’ଣ ଏହି ସିବିଡିସି? କାହିଁକି କ୍ଷମତାକୁ ଆସୁ ଆସୁ ଆମେରିକାରେ ଏହାକୁ ବ୍ୟାନ କରିଛନ୍ତି ଟ୍ରମ୍ପ ସରକାର ? ଏହା ଉପରେ ନିଷେଧାଦେଶ ଜାରି କରିଥିବା କାର୍ଯ୍ୟନୀର୍ବାହୀ ନିର୍ଦ୍ଦେଶ ଅନୁଯାୟୀ, ସିବିଡିସି, ସିବିଡିସି ହେଉଛି ଏକ ପ୍ରକାରର ଡିଜିଟାଲ୍ ମୁଦ୍ରା, ଯାହା କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା କ୍ରିପ୍ଟୋକରେନ୍ସି ଭଳି । ଏହାର ମୂଲ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ହିଁ ସ୍ଥିର କରାଯାଏ ।କେନ୍ଦ୍ରୀକୃତ ନିୟନ୍ତ୍ରଣ ଅଧୀନରେ ଡିଜିଟାଲ୍ ମୁଦ୍ରାରେ ପରିବର୍ତ୍ତନ ପାଇଁ ଅନେକ ଦେଶ ସାମ୍ପ୍ରତିକ ବର୍ଷଗୁଡ଼ିକରେ ସିଡିସିଏସ୍ କାର୍ଯ୍ୟକାରୀ କରିଥାନ୍ତି । ଯାହା ଉପରେ ଏବେ ନିଷେଧାଦେଶ ପରେ କ୍ରିପ୍ଟୋକରେନ୍ସି, ଆଉ ସେୟାର ବଜାର ଉପରେ ଏହାର ବ୍ୟବହାର ପ୍ରତି ବଡ ପ୍ରଭାବ ପଡିବ । ଯାହା ବଜାରରେ କ୍ରିପ୍ଟୋକରେନ୍ସିର ବ୍ୟବହାରକୁ ଏବେ ଅଧିକ ବୃଦ୍ଧି କରିବ ।

ଆଉ ନିଷେଧାଦେଶ ନିର୍ଦ୍ଦେଶରେ ସିବିଡିସି ବ୍ୟବହାର ଉପରେ ଗୋପନୀୟତା, ସାର୍ବଭୌମତ୍ୱ ଏବଂ ଆର୍ଥିକ ସ୍ଥିରତା ସହିତ ଜଡିତ ବିପଦ ଭଳି ସଙ୍କେତକୁ ଉଲ୍ଲେଖ କରାଯାଇଛି । ଏବେ ସିବିଡିସି ବିକଳ୍ପ ଭାବରେ, ଡଲାର-ସମର୍ଥିତ ସ୍ଥିର କଏନ୍ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଏକ ଶକ୍ତିଶାଳୀ, ଘରୋଇ କ୍ଷେତ୍ର-ନେତୃତ୍ୱାଧୀନ ଡିଜିଟାଲ୍ ସମ୍ପତ୍ତି ସୃଷ୍ଟି କରିବାରେ ସହାୟକ ହେବ ।

Comments are closed.