Latest Odisha News

BREAKING NEWS

ହସ୍ପିଟାଲରୁ ଟ୍ରମ୍ପଙ୍କ ଭିଡିଓ ବାର୍ତ୍ତା: ଶୀଘ୍ର ଫେରୁଛି, ଆଗକୁ ରିଅଲ ଟେଷ୍ଟ

ଓ୍ୱାଶିଂଟନ୍: ସୁଧୁରୁଛି କରୋନା ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା । ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି । ଦେଶବାସୀ ଓ ଶୁଭେଚ୍ଛୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେ ଖୁବ ଶୀଘ୍ର ଫେରୁଛନ୍ତି । ଆଗାମୀ କିଛି ଦିନ ତାଙ୍କ ପାଇଁ ଅସଲ ପରୀକ୍ଷାର ଦିନ । ଗତକାଲି ରାତିରେ ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଓ୍ୱାଶିଂଟନ୍ ସ୍ଥିତ ଓ୍ୱାଲଟର ରିଡ୍ ମିଲିଟାରୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଟ୍ରମ୍ପ କହିଛନ୍ତି, ହସ୍ପିଟାଲ ଆସିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଏବେ ସୁସ୍ଥ ଅନୁଭବ କରୁଛନ୍ତି ଓ ଖୁବଶୀଘ୍ର ଫେରିବା ନେଇ ଆଶା ରଖିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ ବି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଗତ ୨୪ ଘଣ୍ଟା ହେବ ଟ୍ରମ୍ପ ଅକ୍ସିଜେନ୍ ସପୋର୍ଟରେ ନାହାନ୍ତି । ତାଙ୍କୁ ଆଉ ଜ୍ୱର ବି ଆସିନାହିଁ । ନିଶ୍ୱାସ ପ୍ରଶ୍ୱାସ ନେବା କିମ୍ୱା ଚଲାବୁଲା କରିବାରେ କୌଣସି ଅସୁବିଧା ନାହିଁ ।

Leave A Reply

Your email address will not be published.