Latest Odisha News

BREAKING NEWS

ଲୋକଙ୍କ ନେତା ଥିଲେ ମହାରଥୀ: ନବୀନ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରାଥୀ ଆଉ ନାହାନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟୁଇଟ୍ କରି କହିଛନ୍ତି, ପ୍ରକୃତରେ ସାଧାରଣ ଲୋକଙ୍କ ନେତା ଥିଲେ ମହାରଥୀ । ବିଜେଡିର ଜଣେ ଟାଣୁଆ ନେତାଙ୍କୁ ଆଜି ଦଳ ହରାଇଛି ।

ପ୍ରଦୀପ ମହାରଥୀ ବିଜେଡିର ଜଣେ ଦୃଢ ସମର୍ଥକ ଓ ବିଜୁ ବାବୁଙ୍କ ପୁରାତନ ସହଯୋଗୀ ଥିଲେ।  ନିଜର ଦୃଢ ସଙ୍ଗଠନ କ୍ଷମତା ଲାଗି ସେ ବେଶ୍ ପରିଚିତ।  ପିପିଲି ଅଂଚଳର ସର୍ବାଧିକ ଲୋକପ୍ରିୟ ନେତା ହୋଇଥିବାରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଥିଲେ ଜନତାଙ୍କ ନେତା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ନବୀନ ସମବେଦନା ଜଣାଇଛନ୍ତି । ଏଥିସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.