ଅହମ୍ମଦାବାଦ: ବଲିଉଡ ଫିଲ୍ମକୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ହିନ୍ଦୀ ସିନେମା ବିଷୟରେ ଚର୍ଚ୍ଚା କରିଛନ୍ତି । ଶାହାରୁଖ ଏବଂ କାଜୋଲଙ୍କ ବ୍ଲକବଷ୍ଟର ହିଟ୍ ଫିଲ୍ମ ‘ଦିଲ୍ୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ବିଷୟରେ ସେ ଚର୍ଚ୍ଚା କରିଛନ୍ତି ।
ଭାରତୀୟ ସିନେମାର ଇତିହାସ ବଖାଣିଛନ୍ତି ଟ୍ରମ୍ପ । ଏଠାରେ ପ୍ରତି ବର୍ଷ ଦୁଇ ହଜାରରୁ ଅଧିକ ଫିଲ୍ମ ତିଆରି ହେବା ସହ ରିଲିଜ ହେଉଛି । ଭାରତୀୟ ଫିଲ୍ମର ସଙ୍ଗୀତ ରଚନା ଓ ଭାଙ୍ଗଡା ନୃତ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧକର ବୋଲି ସେ କହିଛନ୍ତି । କେବଳ ଡିଡିଏଲ୍ଜେ ନୁହେଁ ବଲିଉଡର କିମ୍ବଦନ୍ତୀ ଫିଲ୍ମ ‘ସୋଲେ’କୁ ମଧ୍ୟ ମନେ ପକାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ଫିଲ୍ମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିକଟରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପ୍ରଂଶସା କରିଥିଲେ । ଭାରତରେ ସମଲିଙ୍ଗୀ ସମ୍ପର୍କକୁ ବୈଧ କରିବା ପରେ ଏବେ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଏହା ସମାଜକୁ ଭଲ ବାର୍ତ୍ତା ଦେଉଛି ବୋଲି ଟ୍ରମ୍ପ ଟ୍ୱିଟ୍ କରି ପ୍ରଂଶସା କରିଥିଲେ ।
BREAKING NEWS
- ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ
- କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟିତ
- S-400 Squadron: ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଆଉ ଏକ ହିରୋ: ପାକିସ୍ତାନ, ଚୀନର ନିଦ ହଜାଇବ ଏହି ପ୍ରତିରକ୍ଷା ପ୍ରଣାଳୀ…
- Home Remedies Cholesterol: କାହିଁକି ବୃଦ୍ଧି ପାଏ କୋଲେଷ୍ଟ୍ରଲ୍?, ଏହାକୁ କମାଇବା ପାଇଁ ଆପଣାନ୍ତୁ ଘରୋଇ ଉପଚାର…
- ରାଉରକେଲା ବିମାନ ଦୁର୍ଘଟଣାରେ ତଦନ୍ତ କରୁଛି AAIB
- ଆସନ୍ତା ୩ ଦିନ ମଧ୍ୟରେ ପୁଣି ବଢିବ ଶୀତ ପ୍ରକୋପ
- Turkman Gate case: ତୁର୍କମାନ ଗେଟ୍ ହିଂସା ମାମଲାରେ ଆଉ ତିନି ଗିରଫ;ଏଯାଏଁ ୧୬ ଗିରଫ…
- Khandagiri Jatra: ଖଣ୍ଡଗିରି ଯାତ୍ରାରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର ବିଧାୟକ
- Pm Kisan: ଚାଷୀଙ୍କ ଅପେକ୍ଷା ଶେଷ! ଏହି ଦିନ ସେମାନଙ୍କ ଆକାଉଣ୍ଟରେ ଜମା ହେବ ୨୦୦୦ ଟଙ୍କା…
- Puri Airport: ପ୍ରସ୍ତାବିତ ପୁରୀ ବିମାନବନ୍ଦର ଅଞ୍ଚଳରେ ନିର୍ମାଣ ହେବନି ମନମୁଖୀ ଭାବେ ଉଚ୍ଚ ଅଟ୍ଟାଳିକା…
Comments are closed.