Latest Odisha News

BREAKING NEWS

ଦିଲ୍ଲୀ ବିଧାନସଭାରେ ରାମବୀର ବିପକ୍ଷ ଦଳର ନେତା ନିର୍ବାଚିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ରାମବୀର ସିଂ ବିଧୁଡିଙ୍କୁ ବିଜେପି ବିପକ୍ଷ ଦଳର ନେତା ନିର୍ବାଚିତ କରିଛି । ବିପକ୍ଷର ନେତା ହେବା ପରେ ବିଧୁଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ । ଆମ ଆଦମୀ ପାର୍ଟି ଦିଲ୍ଲୀକୁ ସବୁଠାରୁ ସୁନ୍ଦର ରାଜ୍ୟ ଭାବେ କରିବ ବୋଲି ଘୋଷଣା କରିଛି । ଆମେ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ।

ସେହିପରି ୨୦୦ ୟୁନିଟ ବିଜୁଳି ଓ ମାଗଣା ମହିଳା ସେବା ଯୋଜନାକୁ ମଧ୍ୟ ଆମେ ସମର୍ଥନ କରୁଛୁ । ଏହା ବନ୍ଦ ହେଲେ ଆମେ ବିରୋଧ କରିବୁ ବୋଲି ସେ କହିଛନ୍ତି । ଦିଲ୍ଲୀରେ ୬୨ ସିଟ୍ ପାଇ ଆମ ଆଦମୀ ପାର୍ଟି ସରକାର ଗଠନ କରିଛି । ବିଜେପି ୮ ସିଟ୍ ପାଇଥିଲା ।

Leave A Reply

Your email address will not be published.