Latest Odisha News

BREAKING NEWS

କନୱର ଯାତ୍ରା ତୃତୀୟ ତରଙ୍ଗର କାରଣ ହୋଇପାରେ; ଆଇଏମ୍‌ଏର ଚେତାବନୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ମଙ୍ଗଳବାର ଉତ୍ତରାଖଣ୍ଡ ସରକାରଙ୍କୁ କନୱର ଯାତ୍ରାକୁ ନ କରିବାକୁ ପରାମର୍ଶ ଦେଇଛି। ଯଦି କନୱର ଯାତ୍ରା ଅନୁଷ୍ଠିତ ହୁଏ ତେବେ ଏହା କରୋନା ତୃତୀୟ ତରଙ୍ଗର କାରଣ ହୋଇପାରେ ବୋଲି ଚେତାବନୀ ଦେଇଛି ଆଇଏମ୍‌ଏ।

ତୃତୀୟ ତରଙ୍ଗରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ କନୱର ଯାତ୍ରା ବାତିଲ କରିବାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଅନୁରୋଧ କରିଛି ଆଇଏମ୍‌ଏ।

ମହାମାରୀର ତୃତୀୟ ତରଙ୍ଗ ବିଷୟରେ ଡାକ୍ତରୀ ବିଶେଷଜ୍ଞଙ୍କ ଚେତାବନୀ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆଇଏମଏର ରାଜ୍ୟ ସଚିବ ଅମିତ ଖାନ୍ନା ପ୍ରସ୍ତାବିତ କନୱର ଯାତ୍ରାକୁ ଅନୁମତି ନଦେବାକୁ ସିଏମ୍ ଧାମିଙ୍କୁ କହିଛନ୍ତି।

Leave A Reply

Your email address will not be published.