ଭୁବନେଶ୍ୱର: ଆଉ ଦିନକ ପରେ ବଡଠାକୁରଙ୍କ ସ୍ନାନଯାତ୍ରା । ତେବେ ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସାମ୍ନାରେ ଝିଡା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପରିବେନି । ଦୂରଦର୍ଶନରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ହେବ ସିଧାପ୍ରସାରଣ । ଘରେ ବସି ଭକ୍ତ ଦେଖିବେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ।
ଦୂରଦର୍ଶନ ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ସ୍ନାନଯାତ୍ରା ପାଇଁ ସିଗନାଲ ପ୍ରେରଣ କରିବ। ଏହି ସିଗନାଲ GSAT-17 HD1080I DVB S2 MPEG4 ଜରିଆରେ ଦେବ। ଆସନ୍ତାକାଲି ଦୂରଦର୍ଶନ ଏହାର ପରୀକ୍ଷା କରିବ। ସ୍ନାନଯାତ୍ରାର ସିଧାପ୍ରସାରଣ ପାଇଁ ଏଥର ଘରୋଇ ଟିଭି ଚ୍ୟାନେଲର ଓବି ଭ୍ୟାନ ଶ୍ରୀମନ୍ଦିର ପରିସର ଭିତରକୁ ପ୍ରବେଶ କରିପାରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର୍ୟ୍ୟନ୍ତ ଲାଗୁ କରାଯିବ । ଏଥିସହିତ ୧୪୪ ଧାରା ଶ୍ରୀମନ୍ଦିର ଚାରିପାଖରେ ବି ଲାଗୁ କରାଯିବ ବୋଲି ବଲଓ୍ଵନ୍ତ ସିଂହ କହିଛନ୍ତି ।
Comments are closed.