Latest Odisha News

BREAKING NEWS

ଶ୍ରୀଦେବୀଙ୍କ ୨୪ତମ ବିବାହ ବାର୍ଷିକୀର ସ୍ମୃତିଚାରଣ କଲେ ଝିଅ ଜାହ୍ନବୀ

ମୁମ୍ବାଇ: ଶ୍ରୀଦେବୀ ତନୟା ଜାହ୍ନବୀ କପୁର ତାଙ୍କ ମା’ଙ୍କୁ ଖୁବ୍ ମନେ ପକାଇଛନ୍ତି । ଶ୍ରୀଦେବୀ ଆଜି ଥିଲେ ପାଳନ କରିଥାଆନ୍ତେ ୨୪ ତମ ବିବାହ ବାର୍ଷିକୀ । ଯଦି ଶ୍ରୀଦେବୀ ବଞ୍ଚି ରହିଥାନ୍ତେ ତେବେ କିପରି ଆଜି ଦିନଟିକୁ ପାଳି ଥାଆନ୍ତେ ସେହି କଥାକୁ ମନେ ପକେଇଛନ୍ତି ଅଲିଅଳି ଝିଅ ଜାହ୍ନବୀ । ୧୯୯୬ ଜୁନ୍ ୨ ତାରିଖରେ ସେତେବେଳ ବଲିଉଡର ଷ୍ଟାର୍ ଆକ୍ଟ୍ରେସ୍ ଶ୍ରୀଦେବୀ ଜଣାଶୁଣା ପ୍ରଡ୍ୟୁସର୍ ବୋନୀ କପୁରଙ୍କୁ ବିବାହ କରିଥିଲେ ।

ଜାହ୍ନବୀ ଏନେଇ ତାଙ୍କ ଇନଷ୍ଟାଗ୍ରାମ ପେଜରେ କିଛି ଫଟୋ ଶେୟାର୍ କରିଛନ୍ତି । ନିଜର ବାପା ମା’ଙ୍କୁ ଛଳଛଳ ଭାବେ ମନେ ପକାଇ ଲେଖିଛନ୍ତି ‘ହ୍ୟାପି ଆନିଭର୍ସରୀ’ । ଏଥିସହିତ ଏକ ହାର୍ଟ ଇମୋଜି ଦେଇଛନ୍ତି ଝିଅ ଜାହ୍ନବୀ । ସେ ଯେଉଁ ଫଟୋଟି ଦେଇଛନ୍ତି ସେହି ଫଟୋଟିରେ ପିତା ବୋନୀ କପୁର ଓ ମା’ ଶ୍ରୀଦେବୀ ହସହସ ମୁଖରେ ଏକ ପୋଜ୍ ଦେଇଛନ୍ତି ।

 

View this post on Instagram

 

Happy Anniversary ❤️

A post shared by Janhvi Kapoor (@janhvikapoor) on

ଆପଣମାନେ ଜାଣିଥିବେ, ୨୦୧୮ ଫେବୃଆରୀରେ ଦୁବାଇର ଏକ ହୋଟେଲରେ କାର୍ଡ଼ିଆକ୍ ଆରେଷ୍ଟ ଯୋଗୁଁ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅକାଳ ବିୟୋଗ ଘଟିଥିଲା । ସବୁଠାରୁ ବଡ଼କଥା ହେଲା ଶ୍ରୀଦେବୀଙ୍କ ମୃତ୍ୟୁ ହେବାର ମାତ୍ର ମାସକ ପୂର୍ବରୁ ଝିଅ ଜାହ୍ନବୀଙ୍କ ଅଭିନିତ ପ୍ରଥମ ଫିଲ୍ମ ‘ଧଡ଼କ୍‌’ ରିଲିଜ୍ ହୋଇଥିଲା ।

ଜାହ୍ନବୀ ହେଉଛନ୍ତି ଶ୍ରୀଦେବୀ ଓ ବୋନୀଙ୍କ ପ୍ରଥମ ସନ୍ତାନ, ଯିଏକି ୧୯୯୭ରେ ଜନ୍ମ ଗ୍ରହଣ କରିଥିଲେ । ଏହି ଫିଲ୍ମ ଦମ୍ପତ୍ତିଙ୍କର ଦ୍ୱିତୀୟ ସନ୍ତାନ ହେଉଛନ୍ତି ଝିଅ ଖୁସି ସେ ୨୦୦୦ରେ ଜନ୍ମ ଗ୍ରହଣ କରିଥିଲେ ।

Leave A Reply

Your email address will not be published.