ଭୁବନେଶ୍ଵର: ରାଜଧାନୀରେ ଡବଲ ମର୍ଡର ଘଟଣା । ଏନେଇ ପୋଲିସ ସୂତ୍ରରୁ ଏକ ରୋଚକ ତଥ୍ୟ ମିଳିଛି । ସ୍ତ୍ରୀ ଓ ଶାଳୀ ନିର୍ଯାତନା ଦେଉଥିବାରୁ ରାଗରେ ହତ୍ୟା କରିଥିଲା ଅଭିଯୁକ୍ତ । ରାଗର ବଶବର୍ତ୍ତୀ ହୋଇ ଦୁହିଁଙ୍କୁ ଶେଷ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲା ବିଜୟ କେତନ ସେଠୀ । ଆଉ ଶେଷରେ ଦୁହିଁଙ୍କୁ ହତ୍ୟା କଲା ।
ହେଲେ ସ୍ତ୍ରୀକୁ ସେ ଖୁବ୍ ଭଲ ପାଉଥିଲା । ତେଣୁ ରାଗରେ ହତ୍ୟା କରି ଦେବା ପରେ ପଶ୍ଚାତାପ କରୁଥିଲା । ଆଉ ସେଇଥିପାଇଁ ତିନି ଦିନ ହେଲା ଘରେ ସ୍ତ୍ରୀ ଓ ଶାଳୀର ମୃତଦେହ ପକାଇ ରଖିଥିଲା ।
ତେବେ ଏହି ଡବଲ ମର୍ଡର ଘଟଣା ନେଇ ପୋଲିସ ଅଧିକ ଛନବିନ୍ ଜାରି ରଖିଛି ।
Comments are closed.