Latest Odisha News

BREAKING NEWS

ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା : ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଗଞ୍ଜାମ : ଦିଗପହଣ୍ଡିରେ ଡବଲ ମର୍ଡର। ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା କରାଯାଇଛି । ପାଖ ଗାଁରୁ ରାତିରେ ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି ।

ମୃତକ ହେଉଛନ୍ତି ସରୋଜ ପାତ୍ର ଓ ସୁଦର୍ଶନ ସୁଆର । ରାଜନୈତିକ ଶତ୍ରୁତାରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ଜଣ ଏକ ବାଇକରେ ରାତିରେ ଗାଁକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଗାଁ ମୁଣ୍ଡରେ ଲୁଚି ରହିଥିବା ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ହସ୍ପିଟାଲ ନେବା ରାସ୍ତାରେ ମୃତ୍ୟୁ ହୋଇଛି ।

ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.