Latest Odisha News

BREAKING NEWS

ବାଦ ପଡିଲେ ଗଡକରୀ, ଯୋଡି ହେଲେ ୟେଦୁରପ୍ପା; ବିଜେପିରେ କିଛି ଠିକ ଚାଲୁନଥିବା ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡରେ ହୋଇଛି ବଡଧରଣର ପରିବର୍ତ୍ତନ। ସଂସଦୀୟ ବୋର୍ଡ ରୁ ବିଜେପିର ପୂର୍ବତନ ରାଷ୍ଟୀୟ ଅଧ୍ଯକ୍ଷ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କୁ ବାଦ ଦେଇଛନ୍ତି ରାଷ୍ଟୀୟ ଅଧ୍ଯକ୍ଷ ଜେପି ନଡ୍ଡା ।

ସଂସଦୀୟ ବୋର୍ଡରେ ସ୍ଥାନ ମିଳିଥିବା ସବୁଠାରୁ ଆଶ୍ଚର୍ଯ୍ୟଜନକ ଚେହେରା ହାଉଛନ୍ତି  ଦୁର୍ନୀତି ଅଭିଯୋଗରେ ଫସିଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୭ବର୍ଷୀୟ ୟେଦୁରପ୍ପା  ।

ବିଜେପି ୭୫ ବୟସରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ନଦେବାକୁ ପୂର୍ବରୁ ଘୋଷଣା କରିଥିବା ସହ ସଂସଦୀୟ ବୋର୍ଡ ଭଳି କମିଟିରେ ସ୍ଥାନ ମିଳିନଥିଲା । ସୂତ୍ରରୁ ଜଣାପଡିଛି ଯେ ୟେଦୁରୁପ୍ପା କିଛି ସମୟ ପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ ତେଣୁ ତାଙ୍କୁ ସଂସଦୀୟ ବୋର୍ଡରେ ସ୍ଥାନ ଦେଇ ତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।  ହେମନ୍ତ ବିଶ୍ୱ ସର୍ମାଙ୍କ ପାଇଁ ଆସାମରେ ସିଏମ୍ ପଦବୀ ଖାଲି କରିଥିବା ପୂର୍ବତନ ସିଏମ୍ ସରବାନନ୍ଦ ସୋନୋୱାଲାଙ୍କୁ ମଧ୍ୟ ସଂସଦୀୟ ବୋର୍ଡ ସହିତ କେନ୍ଦ୍ରୀୟ ନିର୍ବାଚନ କମିଟିରେ ସ୍ଥାନ ଦିଆଯାଇଛି।

ତେବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କୁ ନାମ ବାଦ ପଡିବା ପରେ କେନ୍ଦ୍ର ବିଜେପି ରେ କିଛି ଠିକ ଚାଲୁନଥିବାର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

 

ସଂସଦୀୟ ବୋର୍ଡରେ ମୋଟ ୧୧ଜଣ ସଦସ୍ଯ ଅଛନ୍ତି ।

ବୋର୍ଡର ମୁଖ୍ୟ ରାଷ୍ଟୀୟ ଅଧ୍ଯକ୍ଷ ଜେପି ନଡ୍ଡା ଥିବାବେଳେ ଅନ୍ୟମାନଙ୍କ ମଧ୍ଯରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ସାହା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୋର୍ଡରେ ସ୍ଥାନ ପାଇଛନ୍ତି  ।

ନୂଆ ସଦସ୍ୟ ଭାବେ ବିଏଲ ସନ୍ତୋଷ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା , ସୁଧା ଯାଦବ ,ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କେ ଲକ୍ଷ୍ମଣ ,ଇକବାଲ ସିଂ ଲାଲପୁରା, ସୁଦ୍ଧା ଯାଦବ , ସତ୍ୟ ନାରାୟଣ ଜାଟିଆ ବୋର୍ଡରେ ସ୍ଥାନ ପାଇଛନ୍ତି  ।

 

Leave A Reply

Your email address will not be published.