Latest Odisha News

BREAKING NEWS

ଏଭେରେଷ୍ଟ ଚଢ଼ୁଥିବା ପର୍ବତାରୋହୀଙ୍କଠାରେ କରୋନା ବ୍ୟାପୁଛି, ଅର୍ଥ ଲୋଭରେ ନେପାଳ ଚୁପ

କାଠମାଣ୍ଡୁ: ଏଭେରେଷ୍ଟ ଚଢ଼ିବାକୁ ଆସିଥିବା ଅନେକ ପର୍ବତାରୋହୀ ଏବଂ ପର୍ଯ୍ୟଟକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲେ ମଧ୍ୟ ଅର୍ଥ ଲୋଭରେ ନେପାଳ ସରକାର ଏ ନେଇ ଚୁପ ରହୁଛି । କେତେକ ସୋସିଆଲ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ୫୯ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ଅପରପକ୍ଷରେ ନେପାଳ ସରକାର ଏହାକୁ ଖଣ୍ଡନ କରିବା ସହ ଏଭେରେଷ୍ଟରେ କୋଭିଡ-୧୯ ବ୍ୟାପି ନାହିଁ ବୋଲି କହିଛି । ପର୍ଯ୍ୟଟକ ଏବଂ ପର୍ବତାରୋହୀଙ୍କ ଯୋଗୁ ୨୦୧୯ରେ ୧୫ ହଜାର କୋଟି ଆୟ କରିଥିଲା ।

୨୦୨୦ରେ ଏହା ବନ୍ଦ ରହିବା ଯୋଗୁ ନେପାଳର ପ୍ରଭୂତ୍ୱ କ୍ଷତି ହୋଇଥିଲା । ଆର୍ଥୀକ ଅନାଟନ ଯୋଗୁ ନେପାଳ ସରକାର କରୋନା ଭାଇରସର ଗମ୍ଭୀର ପ୍ରକୋପ ସତ୍ୱେ ଭ୍ୟାକ୍ସିନ ପାଇଁ ଅର୍ଥ ଯୋଗାଡ କରିପାରୁ ନାହିଁ ।

Comments are closed.