Latest Odisha News

BREAKING NEWS

ରାଜଧାନୀ ଏକ୍ସପ୍ରେସ ଭଳି ସୁବିଧା ଆଉ ତିନୋଟି ଟ୍ରେନରେ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅନ୍ୟ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ପରି କୋଚ୍ ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ନେଇଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଆହୁରି ଦୁଇଟି ଟ୍ରେନରେ ଏହି ସୁବିଧା ଯୋଗାଇବାକୁ ମଧ୍ୟ ଘୋଷଣା କରିଥିଲେ : ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୂରନ୍ତୋ ଏକ୍ସପ୍ରେସ ଏବଂ ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା।

ଅଗ୍ନି ନିରାପତ୍ତା, କମ୍ ରକ୍ଷଣାବେକ୍ଷଣ, ଅଧିକ ଯାତ୍ରୀ ପରିବହନ କ୍ଷମତା, ଅଧିକ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତାକୁ ପ୍ରଧାନ୍ୟ ଦେଇ ଏହି ଉନ୍ନତ ସୁବିଧା ସଂପନ୍ନ କୋଚ୍ ତିଆରି କରାଯାଇଛି।

୧୮୪୬୩/୧୮୪୬୪ ଭୁବନେଶ୍ୱର – କେଏସଆର ବେଙ୍ଗାଲୁରୁ ସିଟି – ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଦ୍ୱାରା ଏଲଏଚବି କୋଚ ସହିତ ସେବା ୦୫.୦୭.୨୦୨୨ ଠାରୁ ଭୁବନେଶ୍ୱରରୁ ଏବଂ ୦୬.୦୭.୨୦୨୨ ଠାରୁ ବେଙ୍ଗାଲୁରୁ ଠାରୁ ଉପଲବ୍ଧ କରାଯାଇଛି।

୧୨୨୮୧/୧୨୨୮୨ ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୂରନ୍ତୋ ଏକ୍ସପ୍ରେସ ଦ୍ୱାରା ଏଲଏଚବି କୋଚ ସୁବିଧା ସହିତ ଚଳାଚଳ ୧୩.୦୭.୨୦୨୨ ଠାରୁ ଭୁବନେଶ୍ୱରରୁ ଏବଂ ୧୪.୦୭.୨୦୨୨ ଠାରୁ ନୂଆଦିଲ୍ଲୀରୁ ଚଳାଚଳ କରାଯିବ।

ସେହିଭଳି ୨୨୮୦୫/୨୨୮୦୬ ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା ଟ୍ରେନରେ ଏଲଏଚବି କୋଚ ସୁବିଧା ୧୬.୦୭.୨୦୨୨ ଠାରୁ ଭୁବନେଶ୍ୱରରୁ ଏବଂ ୧୮.୦୭.୨୦୨୨ ଠାରୁ ଆନନ୍ଦ ବିହାରରୁ ଚଳାଚଳ କରାଯିବ।

ଏହା ସହିତ ପୂର୍ବତଟ ରେଳପଥର ଅନ୍ୟ ଟ୍ରେନ ମାନଙ୍କରେ ମଧ୍ୟ ଏହି ସୁବିଧା ଯୋଗାଇଦିଆଯାଇଛି। ଏହି ଟ୍ରେନ ଗୁଡିକ ହେଲା ୨୨୮୬୯/୨୨୮୭୦ ବିଶାଖାପାଟଣା-ଚେନ୍ନାଇ-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ଜୁଲାଇ ମାସ ୧୧ ତାରିଖ ଠାରୁ ଏବଂ ଚେନ୍ନାଇ ଠାରୁ ଜୁଲାଇ ମାସ ୧୨ ତାରିଖରୁ ଚଳାଚଳ କରିବ।

ଏହି ସୁବିଧା ମଧ୍ୟ ୧୮୫୦୩/୧୮୫୦୪ ବିଶାଖାପାଟଣା-ସାଇ ନଗର ସିରିଡ଼ି-ବିଶାଖାପାଟଣା ଏକ୍ସପ୍ରେସରେ ଉପଲବ୍ଧ କରାଯାଇଅଛି। ଏହି ସୁବିଧା ବିଶାଖାପାଟଣା ଠାରୁ ଜୁଲାଇ ମାସ ୭ ତାରିଖ ଠାରୁ ଏବଂ ସାଇ ନଗର ସିରିଡ଼ି ଠାରୁ ଜୁଲାଇ ମାସ ୮ ତାରିଖ ଠାରୁ ଉପଲବ୍ଧ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୪୯ ଟି ଟ୍ରେନ ରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଯାଇଛି।

ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା ଦୁଇଟି ଗୁରୁତ୍ୱପୂର୍ଣ ଟ୍ରେନ ଯଥା ୧୨୮୩୯/୧୨୮୪୦ ହାଓଡ଼ା-ଚେନ୍ନାଇ-ହାଓଡ଼ା ମେଲ ଏବଂ ୧୨୮୪୧/୧୨୮୪୨ ହାଓଡ଼ା-ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ମଧ୍ୟ ଏହି ସୁବିଧା ୫ ଜୁଲାଇ, ୨୦୨୨ ଠାରୁ ହାଓଡ଼ା / ଶାଲୀମାର ଠାରୁ ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.