Latest Odisha News

BREAKING NEWS

‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି । କ୍ଷେପଣାସ୍ତ୍ର ଘାଟିର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ଏହି ଡିଆରଡିଓ ଉତ୍କ୍ଷେପଣ କରିଥିଲା । ଅଭ୍ୟାସ ହେଉଛି ଚାଳକ ବାହୀନି ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ । ଏହା ରାଡାର ଓ ଅପଟି ସିଷ୍ଟମ ଦ୍ୱାରା ପରିଚାଳିତ । ଏହା ସହ ଏହାକୁ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ଏବଂ ବିମାନକୁ ଚିହ୍ନଟ କରିବାରେ ବ୍ୟବହାର କରାଯାଇ ପାରିବ ।

BjdElectrycity

ଅଭ୍ୟାସ ଏକ ଛୋଟ ଟର୍ବାଇନ ଇଞ୍ଜିନ ଏବଂ ଏହା ଏମଇଏମଏସ ନାଭିଗେସନ ସିଷ୍ଟମରେ କାର୍ଯ୍ୟକରେ । ବିଭିନ୍ନ କ୍ଷେପଣାସ୍ତ୍ର ଓ ବିଭିନ୍ନ ପରୀକ୍ଷଣ ବେଳେ ଏହାକୁ ଆକାଶରେ ଦୃତଗତିରେ ଯାଉଥିବା ଏକ ଟାର୍ଗେଟ ଭାବରେ ବ୍ୟବହାର କରାଯିବ ବୋଲି ଡିଆଡିଓ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବିଭାଗକୁ ଅଧିକ ସୁଦୃଢ଼ କରି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ରେ କହିଛନ୍ତି ।

Leave A Reply

Your email address will not be published.