Latest Odisha News

ପୋଲିସ କମିଶନରେଟ୍ ପକ୍ଷରୁ ବସ୍ତିବାସୀଙ୍କୁ କମ୍ବଳ ବଣ୍ଟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ‘ବସ୍ତିକୁ ଚାଲ’ ଅଭିଯାନ । ଏହି ଅଭିଯାନରେ ପୋଲିସ ପକ୍ଷରୁ ବୁଧବାର ଠାରୁ ଗରିବ ତଥା ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି ।

ଏହି କ୍ରମରେ ଏୟାରଫିଲ୍ଡ ଥାନା ଅଧିନରେ ଥିବା ଲେପ୍ରୋସି ବସ୍ତି, ବଡ଼ଗଡ଼ ଥାନା ଅଧିନରେ ଥିବା ହରିନଗର ବସ୍ତି ଓ ତାରିଣୀ ବସ୍ତି, ଖଣ୍ଡଗିରି ଥାନା ଅଧିନ ତପୋବନ ବସ୍ତି ଓ ରଘୁନାଥ ବସ୍ତି, ମଞ୍ଚେଶ୍ୱର ଥାନା ଅଧିନ ଧିରକୁଟ ବସ୍ତି, ଇନ୍ଫୋସିଟି ଥାନା ଅଧିନ ସାଇ ବନଫୁଲ ବସ୍ତି, ଚନ୍ଦକା ଥାନା ଅଧିନ ଚୁନକୋଳି ବସ୍ତି ଏବଂ ନୟାପଲ୍ଲି ଥାନାର ନେହେରୁ ବସ୍ତି ବାସିନ୍ଦାଙ୍କୁ କମ୍ବଳ ପ୍ରଦାନ କରିଥିଲେ ।

କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବସ୍ତିକୁ ଚାଲ ଅଭିଯାନରେ ଅନ୍ତର୍ଭୁକ୍ତ ଫୋକସ ବସ୍ତିମାନଙ୍କରେ ବସ୍ତି ମିତ୍ର ଏବଂ ପୁଲିସ ମିତ୍ରମାନଙ୍କ ଉଦ୍ୟମରେ ବସ୍ତି ବାସିନ୍ଦାଙ୍କର ନିକଟତର ହୋଇ ସେଠାରେ ଅପରାଧକୁ ହ୍ରାସ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.