Latest Odisha News

BREAKING NEWS

ଭୋଗରାଇରୁ ଗୌତମବୁଦ୍ଧ ଖୋର୍ଦ୍ଧାରୁ ରାଜେନ୍ଦ୍ର

ଭୁବନେଶ୍ବର : ରାଜ୍ୟର ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟିଛି ୨ବିଧାୟକଙ୍କ ଟିକେଟ୍ । ଭୋଗରାଇ ପାଇଁ ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ବିଧାୟକ ଅନନ୍ତ ଦାସଙ୍କ ଜାଗାରେ ଗୌତମବୁଦ୍ଧଙ୍କୁ ଟିକେଟ ଦେଇଛି ବିଜେଡି । ପୁଅକୁ ପ୍ରାର୍ଥୀ କରିବା ପାଇଁ ସୁପ୍ରିମୋଙ୍କ ପାଖରେ ଲବି କରିଥିଲେ ଅନନ୍ତ । ହେଲେ ସେ ନିରାଶ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଟିକେଟ କାଟିଛି ବିଜେଡି । ତାଙ୍କ ଜାଗାରେ ରାଜେନ୍ଦ୍ର ସାହୁଙ୍କୁ ଭରସା କରିଛି ଦଳ। ବେଗୁନିଆ ବିଧାୟକ ରହିଛନ୍ତି ରାଜେନ୍ଦ୍ର ସାହୁ। ବେଗୁନିଆରେ ପ୍ରଦୀପ ସାହୁଙ୍କୁ ଟିକେଟ ଦେଇଛି ଦଳ । ଏଥିସହ ମୋଟ୍ ୧୪୪ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖଣ୍ଡପଡା, ନୀଳଗିରି ଓ କୋରେଇ ବିଧାନସଭା ସିଟ୍ ପାଇଁ ଘୋଷଣା ବାକି ରହିଛି ।

Leave A Reply

Your email address will not be published.